ପ୍ରିୟଙ୍କା ମାର୍ଣ୍ଡୀଙ୍କୁ ସ୍ୱାଗତ
ାା ପ୍ରଭାନୁ୍ୟଜ୍ାା ସାରସକଣା/ବାଙ୍ଗିରିପୋଷି: ଦୁଇ ଦିନିଆ ବାଙ୍ଗିରିପୋଷି ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଧର୍ମପନôୀ ଡ଼ା ପ୍ରିୟଙ୍କା ମାର୍ଣ୍ଡୀ । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ମଣଦା ଗ୍ରାମରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାତ୍ରୀଯାପନ ମଧ୍ୟ କରିବେ । କାର ଯୋଗେ ବାଙ୍ଗିରିପୋଷି ଆସିବା ବେଳ ଅଧା ବାଟରୁ ପ୍ରଥମେ ବିଜେପି କର୍ମୀ ମାନଙ୍କ ଦ୍ୱାରା ଏକ ବିଶାଳ ବାଇକ ରାଲିରେ ତାଙ୍କୁ ସ୍ୱାଗତ କରି ମଣଦା ସ୍ଥିତ ସୁଭଦ୍ରା କ୍ଲବ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇଥିଲା । ଶ୍ରୀମତୀ ମାର୍ଣ୍ଡୀ କେବଳ ଆମ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ନୁହଁନ୍ତି ବରଂ ଆମ ମାଟିର ଝିଅ ତଥା ଆମ ଭଉଣୀ ଆମ ପାଖକୁ ଆସିଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ସୁଗଦା ମୁର୍ମୁ କହିଥିଲା ବେଳେ ମଣଦା ସ୍ଥିତ ଭଗବାନ ନୀଳମାଧବ ଜଗନ୍ନାଥଙ୍କଙ୍କ ଡୋରିରେ ବନ୍ଧା ଶ୍ରୀମତୀ ମାର୍ଣ୍ଡୀଙ୍କ ଆଗମନ ନିଶ୍ଚିତ ଭାବେ ଏକ ଶୁଭ ସୂଚନା ବୋଲି ସମାଜସେବୀ ସଂଯୁକ୍ତା ବଶା ପ୍ରକାଶ କରିଥିଲେ । ପରେ ନିକଟସ୍ଥ ମଣଦା ଗାଁରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରକାଶ ଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଧର୍ମପନôୀ ପ୍ରିୟଙ୍କା ମାର୍ଣ୍ଡୀ ବିଗତ ୨୦ ବର୍ଷ ଧରି ମଣଦା ଗାଁ କୁ ଆସି ସେଠାରେ ଥିବା ଜଗନ୍ନାଥ ଠାକୁରଙ୍କୁ ପୁଜା କରୁଛନ୍ତି । ମନ୍ଦିରର ନିର୍ମାଣରେ ମଧ୍ୟ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ମନ୍ଦିରର ପ୍ରତଷ୍ଠାତା ସର୍ଗତଃ ଗୌର ମୋହନ ମଣ୍ଡଳ ତାଙ୍କୁ ନିଜ ଝିଅ ରୂପେ ସ୍ୱୀକାର କରିଥିଲେ ।