ପୂରୁନି ଆଦିବାସୀ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ପେଟ , ୩୨ ଟଙ୍କାରେ ଚାରି ଓଳି


ାା ପ୍ରଭାନୁ୍ୟଜ୍ାା ବେତନଟୀ:  କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଆଦିବାସୀ, ହରିଜନ ଓ ପଛୁଆ ବର୍ଗଙ୍କ ପାଇଁ ଜନ କଲ୍ୟାଣକାରୀ ଯୋଜନା କରାଯାଇ ଆସୁଥିବାବେଳେ, ଏଠି କିନ୍ତୁ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ଆଦିବାସୀ ହଷ୍ଟେଲ ପିଲାଙ୍କ ପେଟଲେ ଲାତ ମାରିଲା ପରି ପରିସ୍ଥତି ସୃଷ୍ଟି ହୋଇଛି । ଏଣେ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଠାରୁ ପନିପରିବା ପର୍ଯ୍ୟନ୍ତ ଦିନକୁ ଦିନ ମୂଲ୍ୟ ବୃଦ୍ଧି ଘଟି ଚାଲିଥିବାବେଳେ, ଦରଦାମ ହ୍ରାସ କରିବାରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବିଫଳ ଓ ଅସମର୍ଥ ହେଉଛନ୍ତି । ତେଣୁ ସ୍ୱଳ୍ପ ଅନୁଦାନରେ ଏହି ବିଭାଗର ଛାତ୍ରାବାସ ପାଇଁ ଦିଆଯାଉଥିବା ୩୨ ଟଙ୍କାରେ ଚାରି ଓଳି ଖାଇବାକୁ ଦେବା ସମ୍ଭବ ହେଉନି । ଏଥିପାଇଁ ପ୍ରଧାନଶିକ୍ଷକ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛନ୍ତି ଏହା ଅବିଭାବକ ଜାଣି ନଥାନ୍ତି କି ବ୍ଲକ୍ସ୍ତରରେ ଥିବା କଲ୍ୟାଣ ବିଭାଗର କ୍ଷେତ୍ର କର୍ମଚାରୀ ଠାରୁ ଜିଲ୍ଲାସ୍ତରରେ ଜିଲ୍ଲା ବିଭାଗୀୟ ଅଧିକାରୀମାନେ ଏହି ଅନୁଦାନରେ ପରିମାଣ ବୃଦ୍ଧିପାଇଁ ରାଜ୍ୟ ସରକାରଙ୍କ କଲ୍ୟାଣ ବିଭାଗର ସର୍ବୋଚÿ ଅଧିକାରୀଙ୍କୁ ଜଣାଇ ନଥାନ୍ତି । ଯାହାର ଫଳ ଛୋଟ ପିଲାଙ୍କୁ ଭୋଗିବାକୁ ପଡୁଛି । ସେମାନେ ଦିନେ ଖାଇଲେ ଆଉ ଉପାସ ପଡୁଛନ୍ତି । ମୟୂରଭଞ୍ଜ ଜିଲ୍ଲାପାଳ ୨୬ ଟି ବ୍ଲକ ଅଧୀନରେ ଥିବା ଆଦିବାସୀ ଜାତି ଓ ଜନଜାତି ପିଲାଙ୍କ ହଷ୍ଟେଲ ତଦାରଖ ପାଇଁ ବିଡିଓ ଓ ତହସିଲଦାରଙ୍କୁ ଏବଂ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବାବେଳେ, ତୃଣମୂଳସ୍ତରରେ ଏହା ଯେ କେତେ ସଙ୍କଟ ଜନକ ଏ ବିଷୟ ଜିଲ୍ଲାପାଳଙ୍କୁ ବି ଜଣା ନ ଥିବା କୁହାଯାଇଛି । ପ୍ରତି ବିଡିଓ ଓ ତହସିଲଦାରଙ୍କୁ ପନ୍ଦରଟି ହଷ୍ଟେଲ ଯାଞ୍ଚ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିବାବେଳେ, ଗତ ପାଞ୍ଚ ବର୍ଷ ମଧ୍ୟରେ ପିଲା ପ୍ରତି ଦିଆଯାଇଥିବା ଅର୍ଥରାଶି ବୃଦ୍ଧି ଘଟି ନ ଥିବା ହେତୁ ହରଡ଼ଘଣାରେ ପ୍ରଧାନ ଶିକ୍ଷକମାନେ ପଡିଛନ୍ତି । ଅଥଚ ଏହି ପାଞ୍ଚବର୍ଷ ମଧ୍ୟରେ ବଜାର ଦର ତିନିରୁ ଚାରିଗୁଣ ଅଧିକ ବୃଦ୍ଧି ଘଟିଥିବା ସତ୍ତ୍ୱେ ଅର୍ଥରାଶି ବୃଦ୍ଧି ସରକାର କରିନାହାନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ମୋଟ ୩୬୮ ଟି ଏସ୍ଏସ୍ଡି ଓ ୪୮୧ ଟି ଗଣଶିକ୍ଷା ବିଭାଗ ଅଧିନରେ ଥିବାବେଳେ, ୪୮,୯୦୦ ଓ ୩୫,୫୬୭ ଜଣ ମୋଟ ୮୪ ହଜାର ୪୬ ଜଣ ଛାତ୍ରଛାତ୍ରୀ ଅନ୍ତେବାସୀଙ୍କୁ ମୋଟ ଚାରିଓଳି ଖାଇବାକୁ ଦିଆଯାଉଛି । ସକାଳେ ଜଳଖିଆ ଦ୍ୱିପ୍ରହରରେ ଭାତ ଓ ଓପରଓଳି ପଖାଳ ରାତିରେ ପୁଣି ଭାତ ସହ ସାପ୍ତାହିକ ବାର ଅନୁସାରେ ମାଛ, ମାଂସ, ଅଣ୍ଡା ଦିଆଯିବାର ବ୍ୟବସ୍ଥା ରହିଛି । ପିଲା ପ୍ରତି ୯୮୦ ଟଙ୍କା ମାସକୁ ଦିଆଯାଇଥାଏ ଯାହା ପିଲା ପ୍ରତି ଦିନକୁ ୩୨ ଟଙ୍କା ସରକାର ଦେଇଥାନ୍ତି । ଅଣ୍ଡା ପାଞ୍ଚ ଟଙ୍କାରୁ ସାତ ଟଙ୍କା ଖାଇବା ତେଲ ୧୦୫ ରୁ ୧୪୫ ମାଛ କେଜି ପ୍ରତି ୨୦୦ ରୁ ୨୫୦, ପରିବା କେଜି ୬୦ ରୁ ୮୦ ଟଙ୍କା ଏବଂ ଡାଲି ୧୨୦ ରୁ ୧୮୦ ଟଙ୍କା ହୋଇଥିବାବେଳେ, ୯୮୦ ଟଙ୍କାରେ ମାସ ଯାକ ଖାଇବାକୁ ଦେବା ସମ୍ଭବ ନ ହୋଇଥିଲେ ବି ପ୍ରଧାନଶିକ୍ଷ କିପରି ଖାଇବାକୁ ଦେଇଛନ୍ତି ଏହା କେହି ତଦାରଖ କରିନାହାନ୍ତି । ନାଁ ସରକାର ପରିବା, ତେଲ, ମାଛ, ଅଣ୍ଡା, ମାଂସ ସରକାର ଯୋଗାଇ ଦେଇଛନ୍ତି ଅଥବା ପିଲା ପ୍ରତି ମାସିକ ଅନୁଦାନ ଦେୟ ବୃଦ୍ଧି କରୁଛନ୍ତି କୌଣସି ପ୍ରକାର ନ୍ୟାୟ ପ୍ରଧାନଶିକ୍ଷକଙ୍କୁ ପ୍ରଦାନ କରା ନ ଯାଇ ବାପରାଣ ଢେଙ୍କି ଗିଳ ଭଳି ବିଡିଓ ତହସିଲଦାର ମାନେ ତଦାରଖ କରି ରିପୋର୍ଟ ଦେଉଛନ୍ତି । ସେମାନେ ପ୍ରକୃତ ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଉ ନାହାନ୍ତି ବୋଲି ପ୍ରଶ୍ନ ହୋଇଛି । ପ୍ରଚାର କରି ସରକାର ବାହା ବା ନେବା ସହଜ ମାତ୍ର ତୃଣମୂଳ ସ୍ତରରେ ମୂଲ୍ୟବୃଦ୍ଧି ହୋଇଥିଲେ ବି ଅନୁଦାନ ରାଶି ପିଲା ପ୍ରତି ବୃଦ୍ଧି କରା ନ ଯିବା ଏହା ସବୁଠାରୁ ବଡ଼ ଅନ୍ୟାୟ ।