ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ଉତ୍ସବ
ସମ୍ବଲପୁର: ମାନେଶ୍ୱର ବ୍ଲକ ଅନ୍ତର୍ଗତ ଡକରା ପଞ୍ଚାୟତ ସୁବନପୁରଠାରେ ଅନୁଷ୍ଠିତ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଓ ନାମଯଜ୍ଞ କାର୍ଯ୍ୟକ୍ରମରେ ବିଧାୟକ ରୋହିତ ପୂଜାରୀଙ୍କ ସହଧର୍ମିର୍ଣୀ ତଥା ମହିଳା ବିଜେଡି ନେତ୍ରୀ ବୈଶାଳୀ ପୂଜାରୀ ସାମିଲ ହୋଇଥିଲେ । ସେ ଠାକୁରାଣୀଙ୍କ ଶୁଭାର୍ଶିର୍ବାଦ ଲାଭ କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ । ଏହା ସହ ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସ୍ୱେଚ୍ଛାସେବୀଙ୍କ ସହ ମିଶି ଅର୍ଣ୍ଣ ଭୋଗ ବିତରଣ କରିଥିଲେ । ଏହି ମନ୍ଦିର ନିର୍ମାଣ ନିମନ୍ତେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ସରକାରଙ୍କ ତରଫରୁ ଯଥା ସମ୍ଭବ ଆର୍ଥିକ ଅନୁଦାନ ଯୋଗାଇ ଥିବାରୁ କୁଲତା ସମାଜ ଓ ମନ୍ଦିର କମିଟି ଧନ୍ୟବାଦ ସହ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଶ୍ରୀମତୀ ପୂଜାରୀଙ୍କ ସହ କୁଲତା ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ମନ୍ଦିର କମିଟିର ସଭ୍ୟ ବୃନ୍ଦ, ଜିଲ୍ଲା ପରିଷଦ ସଭ୍ୟା ଗୀତାଳି ପାଣ୍ଡେ, ସାହସପୁର ସମିତି ସଭ୍ୟା ଲିନା ମହାପାତ୍ର, ଡକରା ସରପଞ୍ଚ ସୌମ୍ୟ ରଞ୍ଜନ ପୂଜାରୀ, ବିଜୁ ମହିଳା ଜନତା ଦଳର ବ୍ଲକ୍ ଉପସଭାପତି ପଦ୍ମିନୀ ଦାସ, ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ମାନସ ମହାପାତ୍ର, ଯୁବ ନେତା ଦେବାଶିଷ ମାଝୀ, ଗୋବର୍ଦ୍ଧନ ମେହେର, ଯଶୋବନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।