ଉତ୍ତରା ଛକରେ କାର୍ଯ୍ୟକ୍ଷମ ହେଲା ଟ୍ରାଫିକ ପୋଷ୍ଟ

 ବାଲିଅନ୍ତା: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉତ୍ତରା ଛକରେ କାର୍ଯ୍ୟକ୍ଷମ ହୋଇଛି ଟ୍ରାଫିକ ପୋଷ୍ଟ । ଏଥିସହ ଏଠାରେ ଟ୍ରାଫିକ ପୁଲିସ ମଧ୍ୟ ମୁତୟନ କରାଯାଇଛି । ଫଳରେ ସୁବିଧାରେ ବା ଟ୍ରାଫିକ ନିୟମରେ ଯାନବାହାନ ଚଳାଚଳ ହେଉଛି । ପ୍ରକାଶଥାଉକି ଦୀର୍ଘବର୍ଷ ଧରି ଏଠାରେ କୌଣସି ଟ୍ରାଫିକ ପୋଷ୍ଟ ନଥିବାରୁ ଯାନବାହାନ ଚଳାଚଳରେ ବ୍ୟାପକ ଅସୁବିଧା ଦେଖାଯାଇଥିଲା । ଲୋକେ ମନଇଛା ଯାନବାହାନ ଚଳାଚଳ କରୁଥିଲେ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହ ଲୋକେ ମୃତାହତ ହୋଇଥିଲେ । ଏପରିକି ଜଣେ ସାଧାରଣ ଲୋକ କିମ୍ବା ବରିଷ୍ଠ ନାଗରୀକ ଓ ଦିବ୍ୟାଙ୍ଗ ରାସ୍ତା ଅତିକ୍ରମ କରିବା କାଠିକର ପାଠ । ଏହି ସମସ୍ୟାକୁ ନେଇ ଉତ୍ତରା ଅଞ୍ଚଳର ସମାଜସେବୀ ସରୋଜ ପାତ୍ର ଓ ଉତ୍ତରା ବରିଷ୍ଠ ନାଗରୀକ ସଙ୍ଘ ବାରମ୍ବାର କମିସନରେଟ ପୁଲିସ ଓ ଟ୍ରାଫିକ ପୁଲିସର ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ କ୍ଷ ଏପରିକି ଉତ୍ତରା ଟ୍ରାଫିକ ସମସ୍ୟା ଖବର ବାରମ୍ବାର ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା କ୍ଷ ଶେଷରେ କମିସନରେଟ ପୁଲିସ ଓ ଟ୍ରାଫିକ ପୁଲିସର ପୂର୍ଣ୍ଣ ସହଯୋଗ ଓ ସରୋଜ ପାତ୍ରଙ୍କ ଅକୁଣ୍ଠ ଉଦ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ଏଠାରେ ଟ୍ରାଫିକ ପୋଷ୍ଟ କାର୍ଯ୍ୟକ୍ଷମ ହୋଇଛି ।