ଆଇନ୍ ମନ୍ତ୍ରୀ ଓ ପୁରୀ ସାଂସଦଙ୍କୁ ସ୍ୱାଗତ 

 ଖୋର୍ଦ୍ଧା: ଖୋରଧା ଜିଲ୍ଲା  ଚିଲିକା ବ୍ଲକ୍ ଚଣ୍ଡେଶ୍ୱର୍ ନିଜ ନିର୍ବାଚନୀ ମଣ୍ଡଳୀରେ ସ୍ଥିତ ପ୍ରତିଷ୍ଠିତ ଶୈବ ପୀଠ ବାବା ଚଣ୍ଡୀହର ଦେବଙ୍କ ପୀଠରେ ଆଇନ୍ ମନ୍ତ୍ରୀ ପୃଥିରାଜ୍ ହରିଚନ୍ଦନ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମନ୍ଦିର ସେବାୟତ ଓ ସ୍ଥାନୀୟ ଜନସାଧାରଣ ଭବ୍ୟ ସ୍ୱାଗତ କରିଥିଲେ । ଏହି ଅବସରରେ ମନ୍ଦିର ନିକଟରେ ଦୁଇ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ । ପ୍ରତିଷ୍ଠିତ ଶୈବ ପୀଠ ବାବା ଚଣ୍ଡୀହର ଦେବଙ୍କ ପୀଠର ଉନ୍ନତି କରଣ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।  ଏହା ସହ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଉକ୍ତ ସଭାରେ ମନ୍ତ୍ରୀ, ସାଂସଦ ସମେତ ଚିଲିକା ପୁର୍ବତନ ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ଚିଲିକା ବ୍ଲକ୍ ଅଧ୍ୟକ୍ଷା, ନୟାଗଡ ଜିଲ୍ଲା ବିଜେପି ସଭାପତି ତାପସ ରଂଜନ ମାର୍ଥା ସମେତ ବହୁ ଅତିଥି ଯୋଗ ଦେଇଥିଲେ  । ପୁର୍ବତନ ଚଣ୍ଡେଶ୍ୱର ସରପଞ୍ଚÿ ଦିନବନ୍ଧୁ ସାହୁ ସଭା ମଞ୍ଚ ପରିଚାଳନା କରିଥିଲେ ।