ଅଣ୍ଟେ ପାଣିରେ ପଶି ରାସ୍ତା ପାର୍        

କନ୍ଧମାଳରୁ ପାର୍ଥ ସାରଥୀ : କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ କୋଟଗଡ଼ ବ୍ଲକ ଅନ୍ତର୍ଗତ ଜୁଡ଼ାବାଲି ପଞ୍ଚାୟତରେ ଲାଗି ରହିଛି ବିଭିନ୍ନ ସମସ୍ୟା । ପଞ୍ଚାୟତର ମାଦାଗୁଡ଼ି ଗ୍ରାମ ଠାରୁ ଜୁଡ଼ାବାଲି ପଞ୍ଚାୟତକୁ ଯାତାୟତ ନିମନ୍ତେ ଭଲ ରାସ୍ତାଟିଏ ନାହିଁ । ଫଳରେ ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉନ୍ତି । ସେହିପରି ଗାଁରେ  ପୋଲ ନଥିବାରୁ ଲୋକେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି । ଏହି ନଦୀ ନାମ ହେଲା ଫଳ ଫଳି ନଦୀ । ନଦୀରେ ପୋଲ ନାହିଁ । ବର୍ଷ ବର୍ଷ ଧରି ଲୋକେ ଏହି ନଦୀ ପାର ହୋଇଥାନ୍ତି । ଖରାଦିନରେ ବା ଗ୍ରୀଷ୍ମ ଋତୁରେ ଯେମିତି ସେମିତି ଭାବରେ ଯାତାୟତ କରିଥାନ୍ତି । କିନ୍ତୁ ଶୀତ ଦିନେ ଓ ବର୍ଷା ଦିନରେ ଏହି ଗାଁର ଲୋକଙ୍କ ଦୁଃଖ କହିଲେ ନସରେ । ସରକାର ଦେଉଥିବା ପଞ୍ଚାୟତରୁ ଚାଉଳ ଆଣିବା ବନ୍ଦ ହୋଇଯାଏ ଏବଂ ବୃଦ୍ଧବୃଦ୍ଧାମାନେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଆଣିବାରେ ବଞ୍ଚିତ ହେଉଛନ୍ତି । ବର୍ଷ ବର୍ଷ ଧରି ଲୋକେ ଏହି ନଦୀରେ ପାର ହୋଇ ଯାତାୟତ କରନ୍ତି । ଏହି ଫଳଫଳି ନଦୀରେ ବର୍ଷା ଦିନରେ କେହି କେହି ମଧ୍ୟ ଭାସି ଯାଇଥାନ୍ତି । ନଦୀର ଆର ପାରିରେ ରହିଛି ପଞ୍ଚାୟତ କାର୍ଯ୍ୟାଳୟ ଓ ଅନେକ ଗ୍ରାମ, ସାହି, ପଡା ରହିଛି । ବର୍ଷା ଦିନରେ ଏହି ନଦୀରେ ପ୍ରବଳ ସ୍ରୋତ ଥାଏ, ଯାହାଫଳରେ ନଦୀ ପାର ହେବା ସମ୍ଭବ ନାହିଁ । ବର୍ଷା ଦିନରେ ଦୁଇ ଗୋଟି ପଞ୍ଚାୟତର ଲୋକେ ଯାତାୟତରେ ବହୁ ଅସୁବିଧା ହୋଇଥାଏ । ଏପରିକି ବ୍ଲକ, କୋଟଗଡ, ବଜାର, ତହସିଲ କାର୍ଯ୍ୟାଳୟକୁ ମଧ୍ୟ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଥାଏ । ନଦୀ ସେପଟର ଲୋକେ ସେପଟେ ଏପଟର ଲୋକେ ଏପଟେ ରହିଥାନ୍ତି କିଏ କାହା ସହ ଯୋଗାଯୋଗ ବିଛିନ୍ନ ହେଇଥାଏ । ନଦୀ ଆର ପାରିରେ ରହୁଥିବା ଗ୍ରାମ ଗୁଡିକ ହେଲା ମାଦାଗୁଡ଼ି,ଗେଟାବାଲି, ନୂଆଗାଁ, ସାକାର ଯୋଡି, ସିମଟି ଗୁମା, ଗେଟାବାଲି, ରିଣ୍ଡା ବାଲି, ଆଡଙ୍ଗାମାଳ, ପାଟାଙ୍ଗ ପଦର ଓ ଧରାକଟ ପଞ୍ଚାୟତର ଲୋକେ ଏହି ନଦୀ ପାର ହୋଇ ଯାତାୟତ କରନ୍ତି । ଖାଲି ଦୁଇ ଗୋଟି ପଞ୍ଚାୟତ ସମେତ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକର ମଧ୍ୟ ଚନ୍ଦ୍ରପୁର, ହନମତ ପୁର ପରି ଅନ୍ୟାନ୍ୟ ଗ୍ରାମର ଲୋକଙ୍କ ଏହି ନିତିଦିନିଆ ରାସ୍ତା ଏବଂ ଯିବା ଆସିବା କରିବାର ଅତି ପାଖ ହୋଇଥାଏ । ଯଦି ଏହି ନଦୀରେ ପୋଲ ହୁଅନ୍ତା ତାହାହେଲେ ଚାରି ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ଯାତାୟତରେ ସୁବିଧା ହେଇପାରିଥାନ୍ତା ବୋଲି ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀମାନେ କହିଥାନ୍ତି । ଏଣୁ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ଜୁଡ଼ାବାଲି ପଞ୍ଚାୟତର ମାଦାଗୁଡ଼ି ଗ୍ରାମରେ ଥିବା ଫଳ ଫଳିନଦୀ ରେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀମାନେ ଯଥା ତରୁଣୀସେନ ଭାଟ, ଜୟସେନ ଭାଟ, ସଂସାରୀ ସାହୁ, କୃତି ବାସ ଭାଟ, ଉମାଶ ବେହେରେ ଦଳେଇ, ପୁନା ଭାଟ, ସରଦେଇ ଭାଟ, କୃଷ୍ଣ ବଟକର,କାକାଟିଆ  ମାଲିକ,ମଙ୍ଗୁଲିଙ୍ଗ ମାଲିକ, ଲେବେଡା ମାଲିକ, ପିଚିଲା ମାଲିକ, ଶନ୍ତଷ ବାଡ଼ତିଆ, କୃତି ବାସ ବଡତିଆ, ଶନି ମାଲିକ, ଜୟରାମ ମାଲିକ, ମିନା ମାଲିକ, ଅଶୋକ ମାଲିକ, କୁନୁ ମାଲିକ, ସାମନାଥ ମାଲିକ, ମେଣ୍ଢା ମାଲିକ, ସାଲେନ୍ଦ୍ର ମାଲିକ ନବୀନ ମାଲିକ, ଜୁଡ଼ାବାଲି ସରପଞ୍ଚ  ସୁଜିତା ଗୁଣ୍ଡ୍ରା ମାଝୀ ।