‘ସମ୍ବାଦ ସାହିତ୍ୟଘର’ର ବାର୍ଷିକ ଉତ୍ସବ  

ଖୋର୍ଦ୍ଧା : ସମ୍ବାଦ ସାହିତ୍ୟ ଘର ଜଟଣୀ ଶାଖାର ଅଷ୍ଟମ ବାର୍ଷିକ ଉସôବ ଜଟଣୀ କଲେଜ ରୋଡ୍ ସ୍ଥିତ ୱେଲକମ୍ ଗେଷ୍ଟ ହାଉସ ତଥା ସାହିତ୍ୟ ଘରର ଆବାହକ ରଶ୍ମିମୟୀ ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଜଗଦୀଶ ମହାପାତ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥିଭାବେ ବ୍ୟଙ୍ଗ କବି ଜ୍ଞାନ ହୋତା ଯୋଗଦେଇ ଥିଲେ । ମୁଖ୍ୟ ବକ୍ତାଭାବେ ସମ୍ବାଦ ସାହିତ୍ୟ ଘରର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ସମ୍ମାନିତ ଅତିଥିଭାବେ ସାହିତ୍ୟିକ ସତ୍ୟସୁନ୍ଦର ମହାନ୍ତି ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ସାହିତ୍ୟ ଘରର ବାର୍ଷିକ ପତ୍ରିକା ‘ଆଖି' ଉନ୍ମୋଚନ ହୋଇଥିଲା । ଏଥିସହ ସୀତାକାନ୍ତ ଶତପଥୀଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ଚକ୍ରଧର ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଆଶୁତୋଷ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ।