ଗୋସେବା ଶିବିରର ବାର୍ଷିକୋତ୍ସବ

ଜଟଣୀ : ଭାରତୀୟ ତୈଳନିଗମ ରାସ୍ତା କଡରେ ଥିବା ଗୋସେବା ଶିବିରର ବାର୍ଷିକୋତ୍ସବ ଗୋ ସେବକ ସତ୍ୟବ୍ରତ ମିଶ୍ରଙ୍କ ସଂଯୋଜନାରେ ଗ୍ରହ୍ମା ଉତ୍ସବ ପାଳନ ହୋଇଛି । ପ୍ରାତଃ ସମୟରେ ଗୋମାତା ଓ ବୃଷବଙ୍କୁ ଗାଧୁଆପାଧୁଆ କରିସାରିବା ପରେ ଘାସ, ପନିପରିବା, କୁଣ୍ଡା ଚୋକଡ଼ ଆଦି ଦାନା ଦିଆଯାଇଥିଲା । ତତପରେ ବିଧିବିଧାନ ପୂର୍ବକ ହୋମ ସରିବା ପରେ ସେମାନଙ୍କ ସିଂଘରେ ରାଖୀ ବନ୍ଧା ଯାଇଥିଲା । ଏଥି ସହିତ ଗୋମାତାଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ଗୋ ସେବକ, ଡାକ୍ତର, ଓ ସାମାଜିକ କର୍ମୀ ଉପସ୍ଥିତ ରହି ନିଜକୁ ଧନ୍ୟ ମନେ କରିଥିଲେ ।