ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବୈଠକ
ରାଜନଗର : ରାଜନଗର ବ୍ଲକ ଓସ୍ତିଆ-ବନ୍ଧପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ବ୍ଲକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃପାସିନ୍ଧୁ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ସଂପାଦକ ବିଜୟକୁମାର ଜେନା ସଂପାଦନା କରିଥିଲେ । ଅତିଥି ଭାବେ ସଂଘର ରାଜ୍ୟ ନେତା ନିଖିଳ ଉକôଳ ବେସରକାରୀ କଲେଜ ସଂଘର ପ୍ରାକ୍ତନ ସଂପାଦକ ପ୍ରାଧ୍ୟାପକ ଅଜୟକୁମାର ସାମଲ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମର ରାଜ୍ୟ ଓ ଜିଲ୍ଲା ସଂଘର ନେତୃତ୍ୱ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସ୍ୱାସ୍ଥ୍ୟଭତା, ବକେୟା ମହଙ୍ଗା ଭତା, ଗ୍ରେଡପେ ର ଅସଙ୍ଗତି, ସମାଜ କଲ୍ୟାଣ କାର୍ଯ୍ୟକ୍ରମ, ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା, ବରିଷ୍ଠ ନାଗରିକ ପ୍ରମାଣପତ୍ର, ସଭ୍ୟ ବୃଦ୍ଧି ଅଭିଯାନ, କାର୍ଯ୍ୟାଳୟ ସ୍ଥାପନ, ନିୟମିତ ବୈଠକ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଦିଲ୍ଲୀପକୁମାର ମିଶ୍ର, ବୈଷ୍ଣବଚରଣ ସ୍ୱାଇଁ, ସୁରେଶ ପଟ୍ଟନାୟକ, ବିଜୟ ସ୍ୱାଇଁ, ଭ୍ରମରବର ରାଉତ, ପ୍ରଫୁଲ୍ଲକୁମାର ମିଶ୍ର, ବେଣୁଧର ମଲ୍ଲିକ, ବିଷ୍ଣଚରଣ ଦାସ, ଉପେନ୍ଦ୍ରନାଥ ସ୍ୱାଇଁ, ସୁକାନ୍ତକୁମାତ ତ୍ରିପାଠି, ସୁରେନ୍ଦ୍ର ବଳ, ଅନିଲ ବଳ, ସୁରେନ୍ଦ୍ରନାଥ ପ୍ରଧାନ, ଗୈରାଙ୍ଗଚରଣ ସାହୁ, ପ୍ରାଧ୍ୟାପକ ଜେନା, କ୍ଷେତ୍ରବାସୀ ସ୍ୱାଇଁ, ଦାଶରଥି ଲେଙ୍କାଙ୍କ ସହ ବହୁ କର୍ମକର୍ତା ଯୋଗଦେଇ ମତାମତ ପ୍ରଦାନ କରିଥିଲେ । ବୀରକିଶୋର ଜେନା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦକୁମାର ସେଠୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।