୧୫ ପରେ ବଢ଼ିବ ଶୀତ

winter

୧୫ ପରେ ବଢ଼ିବ ଶୀତ

ଆସନ୍ତା ନଭେମ୍ବର ୧୫ ପରେ ରାଜ୍ୟରେ ଶୀତ ବଢ଼ିବ  । ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି  । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା, ମୟୁରଭଞ୍ଜ, କେନ୍ଦୁଝରରେ ବର୍ଷାର ସମ୍ଭାବନା ରହିଛି  । ସେହିପରି ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଜିଲ୍ଲାଗୁଡ଼ିକରେ ହାଲୁକା ବର୍ଷାର ସମ୍ଭାବନା ଅଛି  । ତେବେ ୧୩ରେ ପାଗ ମୁଖ୍ୟତଃ ଶୁଖିଲା ରହିବ  । ଆସନ୍ତା ୧୫ରୁ ରାତି ତାପମାତ୍ରା ୨-୪ ଡିଗ୍ରୀ ହ୍ରାସ ପାଇବ  । ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ  ।