ସରକାର ଦେଲେ ଚେତାବନୀ : ବଦଳି ପାଇଁ ଚାପ ପକାଇଲେ ଆକ୍ସନ

Odisha Govt

ସରକାର ଦେଲେ ଚେତାବନୀ : ବଦଳି ପାଇଁ ଚାପ ପକାଇଲେ ଆକ୍ସନ

ଭୁବନେଶ୍ୱର : ଏଣିକି କୌଣସି କର୍ମଚାରୀ ବଦଳି କିମ୍ବା ପୋଷ୍ଟି ପାଇଁ ଚାପ ପକାଇବେ ନାହିଁ  । ସେଭଳି କଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ବଦଳି କିମ୍ବା ପୋଷ୍ଟିଂ ସରକାର ମେରିଟ ହିସାବରେ କରିଥା’ନ୍ତି  । କିନ୍ତୁ ଅନେକ ଏଥିପାଇଁ ଚାପ ପକାଉଥିବା ଦେଖିବାକୁ ମିଳିଛି  । ସେମାନଙ୍କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସତର୍କ କରିଦେଇଛନ୍ତି  । ସବୁ ବିଭାଗକୁ ଏନେଇ ପତ୍ର ଲେଖିଛନ୍ତି  । ଯେଉଁମାନେ ଏଭଳି କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି  ।