ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି : ଆସିଲା ଶୀତ, ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ। ଚଳିତ ମାସର ପ୍ରଥମ ରବିବାର ପର୍ଯ୍ୟଟକମାନେ ଦୁଲୁରୁ ପାଇନବଣ ସମେତ କଫିବଗିଚା, ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ଶାନ୍ତି ଉପତ୍ୟକା, କିରିକୁଟି ଲଭର୍ସ ପଏଣ୍ଟ, ଡୁଲୁରୀ ଓ୍ବାକିଂ ଟ୍ରେଲରେ ଭିଡ଼ ଜମାଇ ବଣ ଭୋଜି କରିଥିଲେ। ସବୁଠି ମ୍ୟୁଜିକ୍‌ ଲଗାଇ ନାଚ, ଗୀତ ସହ ଶୀତର ମଜା ନେଇଥିଲେ। କେବଳ ହିଲ୍‌ଭିୟୁ ପାର୍କ ଏବଂ କଫିବଗିଚା ମଧ୍ୟରେ ୩ ଶହ ପର୍ଯ୍ୟଟକ ବୁଲିଥିବା ବେଳେ ୭୪ ଜଣ ଶିଶୁ ପର୍ଯ୍ୟଟକ ଟୟ ଟ୍ରେନରେ ବୁଲିଥିବା ବ୍ଲକ ପ୍ରଶାସନ ସୂତ୍ରରୁ ଜଣାପଡିଛି। ପ୍ରକାଶ ଯେ, ଚଳିତ ପହିଲାରୁ ପାଗ ଶୁଖିଲା ରହିଥିବା ସହ ସକାଳୁଆ ଶୀତ ସହ ସନ୍ଧ୍ୟାରେ ଶୀତ ହେଉଛି।