ଖୁଦୁରୁକୁଣୀ ବିସର୍ଜନବେଳେ ମହାନଦୀରେ ଭାସିଗଲେ ମହିଳା

ବାଙ୍କୀ: ମହାନଦୀରେ ଭାସିଗଲେ ମହିଳା । ବାଙ୍କି ପଞ୍ଚାୟତ ରତାଗଡ଼ ଗାଁରେ ଘଟିଯାଇଛି ଦୁଃଖଦ ଘଟଣା । ଖୁଦୁରୁକୁଣୀ ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା । ମହିଳାଙ୍କ ପତ୍ତା ମିଳୁ ନ ଥିବାବେଳେ  ଅଗ୍ନିଶମ ବାହୀନି ପକ୍ଷରୁ ମହିଳାଙ୍କ ଖୋଜାଖୋଜି ଜାରି ରହିଛି । ମହିଳାଙ୍କୁ ଖୋଜିବା ପାଇଁ  ଅଗ୍ନିଶମ ବାହୀନିର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ନିଖୋଜ ମହିଳାଙ୍କ ନାମ ପିଙ୍କି ସ୍ୱାଇଁ  ବୋଲି ଜରାପଡ଼ିଛି । ପିଙ୍କିଙ୍କ ନିଖୋଜରେ ଗାଁ ଏବଂ ତାଙ୍କ ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।