ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ଦେଶଙ୍କ ସହମତି
ବିଶ୍ବସ୍ତରରେ ଭାରତର ବଡ଼ କୂଟନୈତିକ ବିଜୟ । ସାଂଘାଇ ସହଯୋଗ ସଂଗଠନ- ଏସ୍ସିଓ ସମ୍ମିଳନୀରେ ପହଲଗାମ ଆକ୍ରମଣକୁ ନିନ୍ଦା । ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ସବୁ ସଦସ୍ୟ ଦେଶଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଆତଙ୍କବାଦକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନ୍ୟପଟେ ୟୁକ୍ରେନ ସମସ୍ୟା ସମାଧାନ ପାଇଁ ଭାରତ ଓ ଚୀନର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।