ଏଥର ବାଲିଯାତ୍ରା ନାଁ ହେବ “ଐତିହାସିକ ବାଲିଯାତ୍ରା କଟକ ୨୦୨୫”

କଟକ: ଏଥର ବାଲି ଯାତ୍ରା ନାଁ ହେବ “ଐତିହାସିକ ବାଲି ଯାତ୍ରା କଟକ 2025” । ଆଗରୁ କେବଳ ଐତିହାସିକ ବାଲି ଯାତ୍ରା ଲେଖାଯାଉଥିଲା । ଚଳିତ ବର୍ଷ ନଭେମ୍ବର 5ରୁ 12 ପର୍ଯ୍ୟନ୍ତ ବାଲିଯାତ୍ରା ଅନୁଷ୍ଠିତ ହେବ । କିନ୍ତୁ ଚଳିତ ବର୍ଷ ଉପର ବାଲିଯାତ୍ରା ପଡ଼ିଆରେ ହେବନି ଯାତ୍ରା । ଟ୍ରାଫିକ କଞ୍ଜକ୍ସନ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ହେବନି । କେବଳ ତଳ ବାଲିଯାତ୍ରା ପଡ଼ିଆରେ ହେବ ଚଳିତ ବାଲିଯାତ୍ରା । 34 ଏକର ପରିବର୍ତ୍ତେ 60 ଏକର ଜାଗାରେ ହେବ ବାଲିଯାତ୍ରା । ବାଲିଯାତ୍ରା ପୋର୍ଟାଲରେ ରହିବ ଏନେଇ ସବୁ ତଥ୍ୟ । ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ ।