ମନ୍ଥର ଗତିରେ ଚାଲିଛି ଜଇପୁର ଫ୍ଲାଏ ଓଭର କାମ

  ଜଗତସିଂହପୁରରୁ ପାରାଦୀପକୁ ସଂଯୋଗ କରୁଥିବା ଜଇପୁର-ଜଗତସିଂହପୁର ରାସ୍ତାର ଛପଡା ରେଲୱେ ଲେବଲ କ୍ରସିଂ ନିକଟରେ ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନିକ ଦାୟିତ୍ୱହୀନତା ଓ ଠିକାଦାରଙ୍କ ମନମାନି ଯୋଗୁ ଦୁଇ ବର୍ଷ ହେଲା ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ଯାତ୍ରାୟତ କରିବାରେ ଲୋକେ ଘୋର ଦୁର୍ଦଶାର ସମ୍ମୁଖୀନ ହେଉଥିବାର ଦେଖା ଯାଇଛି  । ଛପଡା ନିକଟରେ ମନ୍ଥର ଗତିରେ ଚାଲିଛି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ  । ଜଗତସିଂହପୁର ରୁ ପାରାଦୀପ କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାର ଛପଡା ଲେବଲ କ୍ରସିଂ ନିକଟରେ ଦୀର୍ଘ ଦିନର ଦାବି ପରେ ସରକାର ଏକ ଫ୍ଲାଏ ଓଭର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର କରିବା ସହ ଠିକାଦାର ଙ୍କୁ ମଧ୍ୟ ଟେଣ୍ଡର ମଧ୍ୟମରେ ନିର୍ମାଣ ଦାୟିତ୍ୱ ପ୍ରଦାନ କରାଯାଇଥିଲା ପ୍ରାୟ ୩୦୦ ଶହ ମିଟର ଲମ୍ବ ଏହି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟର କିଛି ଅଂଶ ରେଲୱେ କର୍ତ୍ତୃପକ୍ଷ ଦାୟିତ୍ୱ ନେଇଥିବା ବେଳେ ଅବଶିଷ୍ଟ ଅଂଶ ରାଜ୍ୟ ସରକାର ଙ୍କ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ମାଧ୍ୟମରେ କରା ଯାଉଛି  । ଦୁଇ ଦୁଇଟି ଠିକାଦାରୀ ରେ ଚାଲିଥିବା ଏହି କାର୍ଯ୍ୟ ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିଲେ ମଧ୍ୟ ମନ୍ଥର ଗତି ଯୋଗୁ ଆଜି ପର୍ଯ୍ୟନ୍ତ କାମ ଅଧା ହୋଇ ପାରି ନାହିଁ  । ଯାହା ଫଳରେ ବାକି ଥିବା କାମ ଆଉ କେତେ ବର୍ଷ ଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି  । ପାରାଦୀପକୁ ସଂଯୋଗ କରୁଥିବା ଏହି ଟ୍ରେନ ଲାଇନ୍ରେ ପ୍ରତି ୫ ମିନିଟରେ ଗୋଟିଏ ମାଲବାହୀ ଟ୍ରେନ ଯାତାୟତ କରୁଥିବାରୁ ତାକୁ ଦୃଷ୍ଟିରେ ରଖି ଲେବଲ କ୍ରସିଂ ନିକଟରେ ବାରମ୍ବାର ଗେଟ୍ ପଡି ରହୁଛି  । ଏକା ସାଙ୍ଗରେ ଦୁଇଟା ଟ୍ରେନ ପାସ୍ କରିବା ସମୟରେ ପ୍ରାୟ ଅଧ ଘଣ୍ଟାଏ ଗେଟ୍ ପଡି ରହୁଥିବାରୁ ଲୋକେ ଯାତ୍ରାୟତ କରିବାରେ ଘୋର ଅସୁବିଧାର ସମୁଖୀନ ହେଉଛନ୍ତି । ଅଫିସ ବା ସ୍କୁଲ କଲେଜ ସମୟରେ ହେଉ ବା ଗୁରୁତର ରୋଗୀ ଆଣି ଆସୁଥିବା ଆମ୍ବୁଲାନ୍ସ ହେଉ ସମସ୍ତଙ୍କୁ ଏଠାରେ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡୁଛି । ଯାହାଫଳରେ ଗୁରୁତର ରୋଗୀ ବିଭିନ୍ନ ସମୟରେ ମୃତୁ୍ୟ ମୁଖରେ ପଡୁଥିବା ବେଳେ ଜରୁରୀ କାମରେ ବାହାରିଥିବା ଲୋକେ ନିରାଶ ହୋଇ ଫେରୁଛନ୍ତି  । ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ଅବହେଳା ଯୋଗୁଁ କାମ ମନ୍ଥର ଗତିରେ ଚାଲିଛି । ଏହି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସରିଲେ ଲୋକେ ଭଲରେ ଟିକେ ଯାତ୍ରାୟତ କରିବା ପାଇଁ ଆଶା ରଖିଥିବା ବେଳେ, ବିଳମ୍ବିତ ନିର୍ମାଣ କାର୍ଯ୍ୟ ଲୋକଙ୍କୁ ନିରାଶ କରୁଛି । ଆରପଟେ କାମ ନିକଟରେ କୌଣସି ସୂଚନା ଫଳକ ଲଗାଯାଇ ନ ଥିବାରୁ କେତେ ଟଙ୍କା ବ୍ୟୟରେ କାମ, ନିର୍ମାଣ ଅବଧି ଶେଷ ତାରିଖ କେତେ ବା ଠିକାଦାର କିଏ ତାହା ଲୋକେ ଜାଣି ନପାରି ଅନ୍ଧାର ଭିତରେ ରହିଛନ୍ତି  । ଏବେ ମାସେ ହେବ କାମ ଟିକେ ଦ୍ରୁତ ଗତିରେ କରାଯାଉଛି । ଖୁବଶୀଘ୍ର ଶେଷ ହେବାପାଇଁ ଦୃଷ୍ଟି ଦିଆଯିବ ବୋଲି ଜଗତସିଂହପୁର ଜିଲାପାଳ ଜେ. ସୋନାଲ କହିଛନ୍ତି କ୍ଷ ପ୍ରଶାସନ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ସହ ଫ୍ଲାଏ ଓଭର କାର୍ଯ୍ୟକୁ ଶୀଘ୍ର ଶେଷ କରିବା ନିମନ୍ତେ ସ୍ଥାନୀୟ ବାସିନ୍ଦା ଶଶାଙ୍କ ଶେଖର ମହାନ୍ତି, ଚନ୍ଦନ କୁମାର ଖୁଣ୍ଟିଆ, ଅରବିନ୍ଦ ରାଉତ, ଆକାଶ ତ୍ରିପାଠୀ, ପ୍ରଭାତ କୁମାର ସାହୁ, ପ୍ରଭାସ ପଣ୍ଡା, ସୁବାସ ମହାନ୍ତି ପ୍ରମୁଖ ଦାବି କରିଛନ୍ତି