ବିଏମ୍ସି ଅଧିକାରୀଙ୍କୁ ମାଡ଼ ଘଟଣା : ଛୁଟିରେ ଓଏଏସ୍ ଓ ଓଆରଏସ୍ ଅଧିକାରୀ

 ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ମଙ୍ଗଳବାର ଅପରାହ୍ନରୁ ସମୂହ ଛୁଟିରେ ଯାଇଛନ୍ତି । ଜିଲ୍ଲା ଓଏଏସ୍ ସଂଘର ନିଷ୍ପତ୍ତିକ୍ରମେ ସମସ୍ତ ଅଧିକାରୀ ଜିଲ୍ଲାପାଳ ସିଦେ୍ଧଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନଘଟେ ସେନେଇ ସରକାର ଦୃଢ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ଅଫିସରେ କିଛି ଅସାମାଜିକ ଯୁବକ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ ମାରିଥିଲେ । ଏହାର ପ୍ରତିବାଦରେ ବିଏମ୍ସି କର୍ମଚାରୀ ମାନେ ଧାରଣାରେ ବସିଥିଲେ । ମାଡ ମାରିବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପୋଲିସ ଏହି ମାମଲାରେ କିଛି ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାକୁ ଓଏଏସ୍ ସଂଘ ଘୋର ନିନ୍ଦା କରିଛି । ଏଭଳିସ୍ଥଳେ ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ସାମୂହିକ ଛୁଟିରେ ଯାଇଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ଓ ଅଶୋକ କୁମାର ଭୋଇ, ସୁଦର୍ଶନ ସାଏ, ପ୍ରଦୀପ ଡାଙ୍ଗ, ସୁନୀଲ କୁମାର ର୍କେକେଟା, ପ୍ରସନ୍ନ କୁମାର ପାତ୍ର, ସୀମା କୁଲ୍ଲୁ, ସରୋଜିନୀର ପ୍ରସନ୍ନ କୁଲ୍ଲୁ, ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳୀ ପଣ୍ଡା, ଚିତ୍ତରଞ୍ଜନ ମଲ୍ଲିକ ପ୍ରମୁଖଙ୍କ ସ୍ୱାକ୍ଷର ରହିଛି ।
ନୂଆପଡା : ବିଏମସି ଅତିରିକ୍ତ କମିଶନର ରନôାକର ସାହୁଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର ପ୍ରତିବାଦରେ ନୂଆପଡା ଜିଲ୍ଲାର ସମସ୍ତ ଓଏଏସ୍ ଏବଂ ଓଆରଏସ ଅଧିକାରୀ  ସାମୂହିକ ଛୁଟିରେ ଯିବା ପାଇଁ ଜିଲ୍ଲାପାଳ ନୂଆପଡା ମଧୁସୂଦନ ଦାଶଙ୍କୁ ଆବେଦନ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ,  ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ  ଓ ଉପଜିଲ୍ଲାପାଳ  ଯୋଗେନ୍ଦ୍ର ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟାଳୟରେ ତଥା ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ବିଡିଓ, ତହସିଲଦାର ଏବଂ ସମସ୍ତ ଓଏଏସ ଓ ଓଆରଏସ୍ ଅଧିକାରୀ ଜିଲ୍ଲାପାଳଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟି ସେମାନଙ୍କର ଅସନ୍ତୋଷକୁ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ଏହି ସମସ୍ୟାର ସମ୍ମାନଜନକ ସମାଧାନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବା ପାଇଁ ଆବେଦନ କରିଛନ୍ତି । ଏହି ଅଧିକାରୀମାନଙ୍କୁ ଜିଲ୍ଲାର ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ସଂଗଠନ ସମର୍ଥନ ଜଣାଇଛନ୍ତି । ପ୍ରଶାସନିକ ଅଧିକାରୀମାନଙ୍କ ଏହି ସାମୂହିକ ଛୁଟି ପାଇଁ ଜିଲ୍ଲାର ଦୈନନ୍ଦିନ କାର୍ଯ୍ୟ ତଥା ପ୍ରଶାସନିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।
 ବରଗଡ : ଭୁବନେଶ୍ୱର ମୁ୍ୟନିସିପାଲ୍ କର୍ପୋରେସନ୍ର ଅତିରିକ୍ତ କମିଶନର ରନôାକର ସାହୁଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ଦୃଢ଼ନିନ୍ଦା କରି ବରଗଡ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଓଏଏସ ଅଧିକାରୀ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଆବେଦନ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଜିଲ୍ଲାର ସମସ୍ତ ଓଏଏସ ବରିଷ୍ଠ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାର ଉପସ୍ଥିତ ଥିଲେ ।
ମାଲକାନଗିରି: ବିଏମ୍ସିର ଅତିରିକ୍ତ କମିଶନର ରନôାକର ସାହୁଙ୍କୁ ବିଜେପି ନେତା ଓ କର୍ମୀଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରି ମାଲକାନଗିରି ଜିଲ୍ଲା ଓଏଏସ ଏବଂ ଓଆରଏସ କର୍ମଚାରୀ ସଂଘ ପକ୍ଷରୁ ଏକ ବୈଠକ କରି ଏହାକୁ ନିନ୍ଦା କରିଛନ୍ତି । ଏଥିରେ ମାଲକାନଗିରି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବେଦବର ପ୍ରଧାନ, ଉପଜିଲ୍ଲାପାଳ ଦୁର୍ଯେ୍ୟାଧନ ଭୋଇ, ପିଡି ଡିଆର ଡିଏ ନରେଶ ଚନ୍ଦ୍ର ଶବରଙ୍କ ସହ ଜିଲ୍ଲାରେ କାର୍ଯ୍ୟରତ ତହସିଲଦାର, ବିଡିଓ ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଶ୍ରୀ ସାହୁଙ୍କୁ ବିଜେପି ନେତା ଓ କର୍ମୀଙ୍କ ମାଡ଼ ମାରିବା ଘଟଣାକୁ ନିନ୍ଦା କରିଛନ୍ତିି । ଏହାସହ ଓଏଏସ୍ ଏବଂ ଓଆରଏସ୍ମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିୟମ ଆଣିବାକୁ ଦାବି କରାଯାଇଛି । ଏହି ବୈଠକ ପରେ ସମସ୍ତ ଅଧିକାରୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥିତ ହେବା ସହ ସମୂହ ଛୁଟିରେ ଯିବା ପାଇଁ ପତ୍ର ପ୍ରଦାନ କରିଛନ୍ତି । ଯେପର୍ଯ୍ୟନ୍ତ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆ ନ ଯାଇଛି, ଏବଂ ସଂଘର ଦାବି ଗୁଡିକ ପ୍ରତି ପଦକ୍ଷେପ ଗ୍ରହଣ କରା ନ ଯାଇଛି ସେ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ସଂଘ ପକ୍ଷରୁ କୁହାଯାଇଛି ।
 ନବରଙ୍ଗପୁର :   ବିଏମ୍ସି ଅତିରିକ୍ତ କମିଶନର ରନôାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା ଏବଂ ଏହାକୁ ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ସାମୂହିକ ଛୁଟିର ଆବେଦନ କରିଛନ୍ତି ଜିଲ୍ଲା ଓଏଏସ ସଂଘର ସଦସ୍ୟମାନେ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ସାମୂହିକ ଛୁଟିରେ ରହିବେ ସମସ୍ତ ଓଏଏସ ଅଧିକାରୀ । ଅତିରିକ୍ତ କମିଶନର ଶ୍ରୀଯୁକ୍ତ ସାହୁଙ୍କୁ କାର୍ଯ୍ୟାଳୟ ପରିସରରେ ଏପରି ଆକ୍ରମଣ ହେବା ଘଟଣା କର୍ତ୍ତବ୍ୟ ପାଳନ କରୁଥିବା ଅଧିକାରୀମାନଙ୍କ ପାଇଁ ବଢ଼ୁଥିବା ବିପଦ ବିଷୟରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରେ ।  ଓଡ଼ିଶା ପ୍ରଶାସନିକ ସେବା ସଂଘ ଏହାର ଜରୁରୀକାଳୀନ ରାଜ୍ୟସ୍ତରୀୟ ପ୍ରସ୍ତାବରେ ପ୍ରତିବାଦ ସ୍ୱରୂପ ଏବଂ ଦୋଷୀମାନଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ଆଇନଗତ ଦାୟିତ୍ୱ ନିର୍ବାହ କରୁଥିବା ଅଧିକାରୀମାନଙ୍କ ପାଇଁ ସାଂଗଠନିକ ସୁରକ୍ଷା ଦାବି କରିବା ପାଇଁ ଗଣ ଛୁଟି ଡାକରା ଦେଇଛି ।
ଢେଙ୍କାନାଳ : ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ ଅଧିକାରୀ  ରନôାକର ସାହୁଙ୍କୁ ଆକ୍ରମଣ ଘଟଣାକୁ ଢେଙ୍କାନାଳ ଓଏଏସ ସଂଘ ନିନ୍ଦା କରିଛି । ଆଜି ଠାରୁ ଅନିଦ୍ଧିଷ୍ଟକାଳ ପାଇଁ ଜିଲ୍ଲାର ସମସ୍ତ ଓଏଓସ ଅଧିକାରୀ ଛୁଟିରେ ରହିଛନ୍ତି । ଏନେଇ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ଓଏଏସ ସଂଘ ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଘଟଣାରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା । ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ମଙ୍ଗଳବାର ଠାରୁ ସମସ୍ତ ଓଏଏସ ଅଧିକାରୀ ଛୁଟିରେ ରହିବା ନେଇ ଜିଲ୍ଲାପାଳ  ସୋମେଶ କୁମାର ଉପାଧ୍ୟାୟଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଥିସହ କାର୍ଯ୍ୟାଳୟରେ ଅଧ୍ୟକାରୀଙ୍କୁ ସୁରକ୍ଷିତ ଏବଂ କାର୍ଯ୍ୟ କରିବାର ପରିବେଶ ପ୍ରଦାନ୍ ତଥା ଆଗକୁ ଯେଭଳି ଏଭଳି ସମସ୍ୟା ନଉପୁଜିବ ସେନେଇ ସଂଘ ଦାବି କରିଛି  । ବୈଠକରେ ଜିଲ୍ଲାପରିଷଦ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ  ଦିପ୍ତି ରଞ୍ଜନ ସେଠୀଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ  । ସେହିଭଳି ଜିଲ୍ଲା ଓଆରଏସ ସଂଘ ମଧ୍ୟ ଏହାକୁ ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
 ଆନନ୍ଦପୁର: ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ତଥା ବରିଷ୍ଠ ଓଏଏସ ଅଧକାରୀ ରନôାକର ସାହୁ ଙ୍କୁ ଆକ୍ରମଣ କୁ ଓଏଏସ ସଂଘ ତୀବ୍ର ନିନ୍ଦା କରିବା ସହିତ ସାରା ରାଜ୍ୟରେ ସମୁହ ଛୁଟିରେ ରହିବାକୁ ନିଷ୍ପତି ଗ୍ରହଣ କରିଛି. ସଂଘ ନିଷ୍ପତ୍ତିର ପ୍ରଭାବ ଆନନ୍ଦପୁର ଉପଖଣ୍ଡରେ ମଧ୍ୟ୍ୟ ଦେଖିବାକୁ ମିଳିଛି. ଉପଖଣ୍ଡର ଓଏଏସ ସ୍ତରର ଥିବା ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଛୁଟିରେ ଅଛନ୍ତି. ଉପଜିଲ୍ଲାପାଳ ନୀଳମାଧବ ସୁନା ମଧ୍ୟ୍ୟ ଆଜି କାର୍ଯ୍ୟାଳୟ ଆସିନାହାନ୍ତି. ଆନନ୍ଦପୁର,  ଘସିପୁରା ଏବଂ ହାଟଡିହି ବ୍ଲକ୍ର ସମସ୍ତ ଓଏଏସ୍ ଅଧିକାରୀ କାର୍ଯ୍ୟାଳୟ ଆସିନାହାନ୍ତି । ଏନେଇ ଉପଜିଲ୍ଲାପାଳ ଶ୍ରୀ ସୁନାଙ୍କୁ ଯୋଗାଯୋଗ କରିବାରୁ ରାଜ୍ୟ ଓଏଏସ୍ ସଂଘର ନିଷ୍ପତିକୁ ମାନି କାର୍ଯ୍ୟ ବନ୍ଦ କରିଛନ୍ତି । ସଂଘ ଏବଂ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ ଆଲୋଚନା ଚାଲିଛି ଯାହା ନିର୍ଯାସ ବାହାରିବ ତାକୁ ପାଳନ କରିବୁ ବୋଲି ପ୍ରତିକ୍ରିୟାରେ କହିଥିଲେ ।