ଦୂରଦର୍ଶନ ଚଳଚ୍ଚିତ୍ର ଖାଲିହାଣ୍ଡିର ସୁଟିଂ ଶେଷ
ନବରଙ୍ଗପୁର : ଟେଲି ଫିଲ୍ମ ନିଦେ୍ର୍ଦଶକ ମନୋଜ ପଟ୍ଟନାୟକଙ୍କ ନିଦେ୍ର୍ଦଶନାରେ ଦୂରଦର୍ଶନ ଚଳଚ୍ଚିତ୍ର ଖାଲିହାଣ୍ଡିର ସୁଟିଂ ଶେଷ ହୋଇଛି । ସମାଜରେ ଘଟୁଥିବା ବିଭିନ୍ନ ସମସ୍ୟାକୁ କିପରି ଏକ ନିରୀହ ଆଦିବାସୀ ଯୁବକ ସଂଘର୍ଷ କରି ନିଜ ପରିବାରକୁ ସୁରକ୍ଷିତ କରିପାରିଛି ସେହି ମର୍ମର ଏକ କାହାଣୀକୁ ନେଇ ଗଠନ ହୋଇଛି ଏହି ଚଳଚ୍ଚିତ୍ର । ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ତ୍ରିଶକ୍ତି ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ନିର୍ମିତ ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ତଥା ନିଦେ୍ର୍ଦଶନା ମନୋଜ ପଟ୍ଟନାୟକ ଦେଇଥିବା ବେଳେ, ବିଭିନ୍ନ ଭୂମିକାରେ ନବରଙ୍ଗପୁର ଜିଲ୍ଲାର ପ୍ରତିଷ୍ଠିତ କଳାକାର ଜିତେନ୍ଦ୍ର ପରିଛା, ଜିତେନ୍ଦ୍ର ଚୌଧୁରୀ, ପ୍ରକାଶ ଚନ୍ଦ୍ର ବାରିକ, ତୁଷାର କାନ୍ତି ଖୋସଲା, ସଞ୍ଜୀବ ସିଂ, ଶିବ ଶଙ୍କର ପାଢ଼ୀ, ଦୁର୍ଗା ପ୍ରସାଦ ପ୍ରଧାନ, ଦେବାଶିଷ ମହାନ୍ତି, ସୁଶ୍ରୀ ପାୟଲ ନାୟକ, ପୁଷ୍ପାଞ୍ଜଳି ଭତରା, ସୁଜନ ସୁନା, ରଞ୍ଜନ ସୌରା, ତୁଲରାମ ଭତ୍ରା, ଚନ୍ଦନ ସାହୁ, ପୂର୍ଣ୍ଣ ଭତରା, ହଳଧର ଗୌଡ, ପଦ୍ମିନୀ କାତି, ନୀଳମଣି କାତି ପ୍ରମୁଖ ଅଭିନୟ କରିଥିବା ବେଳେ, ନବରଙ୍ଗପୁରର କାଞ୍ଚନ ନିବାସର ଚୌଧୁରୀ ପରିବାର, ଚୁରାହାଣ୍ଡି ଗ୍ରାମର ମାଆ ବନଦୂର୍ଗା ସୟଂ ସହାୟକ ଗୋଷ୍ଠୀ, ଲନ୍ଦିଖନ୍ଦି ଏବଂ ଚୁରହାଣ୍ଡି ଗ୍ରାମବାସୀ ସହଯୋଗ କରିଥିଲେ । ଭବାନୀପାଟଣା ଦୂରଦର୍ଶନ କେନ୍ଦ୍ରର ସମ୍ପାଦନା ଅଧିକାରୀ ଅମୟ ସାହୁ, କେମେରା ପରିଚାଳକ ସଞ୍ଜୀବ ଖୋସଲା, ଦୁଷ୍ମନ୍ତ ପ୍ରଧାନ, ଭବାନୀ ପଟ୍ଟନାୟକ ପ୍ରମୁଖ ଆସିଥିଲେ । ଏହି ଖବର ପ୍ରସାରିତ ହେବା ପରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ କଳାକାର ଦେବଦାସ ମହଙ୍କୁଡ, ସମାଜସେବୀ ଜଗନ୍ନାଥ ମହାପାତ୍ର ସମେତ ଜିଲ୍ଲାର ଅନ୍ୟ ସମସ୍ତ କଳାକାର ଚଳଚିତ୍ର ନିଦେ୍ର୍ଦଶକ ମନୋଜ କୁମାର ପଟ୍ଟନାୟକ ଏବଂ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।