ପ୍ରଶାନ୍ତଙ୍କ ନାମାଙ୍କନ ଦାଖଲ

 ଜଟଣୀ: ଜଟଣୀ ବିଧାନସଭା ଆସନ ପାଇଁ ସୋମବାର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ପ୍ରଶାନ୍ତ କୁମାର ସାହୁ । ମା’ ଉତ୍ତରାୟଣୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ହନୁମାନବାଟିକା ଠାରୁ ମହାବୀରଙ୍କ କପଡା ଗଳାରେ ବାନ୍ଧି ନିଜ ଶତାଧିକ ସମର୍ଥକଙ୍କ ସହିତ ଏକ ଶୋଭାଯାତ୍ରାରେ ଯାଇଥିଲେ । ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ସାହୁ ଦୀର୍ଘବର୍ଷ ଧରି ନିଜ ପ୍ରଚେଷ୍ଟାରେ ବିଭିନ୍ନ ପ୍ରକାରର ସମାଜସେବା କାର୍ଯ୍ୟାବଳୀ କରି ସମଗ୍ର ଅଞ୍ଚଳରେ ଜନତାଙ୍କ ନିକଟରେ ବେଶ୍ ସୁପରିଚିତ ଅଛନ୍ତି । ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ଅନିଲ କୁମାର ସାହୁ, ପ୍ରତାପ କୁମାର ସାହୁ, ସଞ୍ଜୀବ କୁମାର ସାହୁ ଓ ତପନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।