ପତ୍ନୀ ହତ୍ୟା ଅଭିଯୋଗରେ ସ୍ୱାମୀକୁ ଆଜୀବନ କାରାଦଣ୍ଡ

କୁଜଙ୍ଗ: ଶାଶୂ, ଶ୍ୱଶୁର ଓ ସ୍ୱାମୀ ମିଶିକରି ଯୌତୁକ ନିର୍ଯ୍ୟାତନା ଦେବା ଓ ପରବର୍ତ୍ତୀ ସମୟରେ ହତ୍ୟା କରିବା ଅଭିଯୋଗରେ ସ୍ୱାମୀକୁ ଆଜିବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଶାଶୂ, ଶ୍ୱଶୁର ଖଲାସ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ କୁଜଙ୍ଗ ଥାନା ଅର୍ନ୍ତଗତ ପ୍ରତାପପୁର (ପୋଲେଇ) ଗ୍ରାମର ବୈଷ୍ଣବ ଚରଣ ପ୍ରଧାନଙ୍କ ଝିଅ ବିଶ୍ୱଭାରତୀ ଓରଫ ପୂଜା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ତ୍ରୀଲୋଚନପୁର ଗ୍ରାମର ନିଶାକର ବିଶ୍ୱାଳଙ୍କ ସାନପୁଅ ନିର୍ମଳକୁ ଭଲପାଇବା ସହ କାହାକୁ କିଛି ନଜଣାଇ ୨୦୧୮ ମସିହା ଜାନୁୟାରି ମାସ ୨୯ ତାରିଖ ଦିନ ଘରଛାଡି ପଲାଇଥିଲେ । ଏ ସମ୍ପର୍କରେ ପୂଜାର ବାପା ଖବର ପାଇବା ପରେ ତ୍ରୀଲୋଚନପୁରରେ ପହଁଚି ନିର୍ମଳର ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଆଲୋଚନା କରି ଉଭୟଙ୍କୁ ବିବାହ କରାଇବା ପାଇଁ ନିଷ୍ପତି ହୋଇଥିଲା । ନିଷ୍ପତି ଅନୁଯାୟୀ ଉଭୟଙ୍କ ପରିବାର, ବନ୍ଧୁବାନ୍ଧବ ଓ ଭଦ୍ରଲୋକଙ୍କ ଉପସ୍ଥିତିରେ ସେହି ବର୍ଷ ଫେବୃୟାରି ମାସରେ ଗଡକୁଜଙ୍ଗସ୍ଥିତ କୁଞ୍ଜ ବିହାରୀ ମନ୍ଦିରରେ ବିବାହ ହୋଇଥିଲା । ବିବାହ ସମୟରେ ବୈଷ୍ଣବ ୧ଲକ୍ଷ ୫୦ ହଜାର ଟଙ୍କା ଯୌତୁକ, ଜ୍ୱଇଁକୁ ସୁନା ଚେନ ମୁଦି ଓ ଅନ୍ୟାନ ଆସବାବ ପତ୍ର ଦିଆଯାଇଥିଲା । କିଛି ଦିନ ଭଲରେ ଚଳିବା ପରେ ଜ୍ୱଇଁ  ନିର୍ମଳ ବାପ ଘରୁ ଏକ ଆପାଚି ମୋଟର ସାଇକେଲ ଯୌତକୁ ଆକାରରେ ଆଣବା ପାଇଁ ପୂଜା ଉପରେ ଚାପ ପକାଇଥିଲା । ଏବଂ ଏନେଇ  ସ୍ୱାମୀ ନିର୍ମଳ ସମେତ ଶାଶୁ କୁସୁମ ବିଶ୍ୱାଳ, ଶ୍ୱଶୁର ନିଶାକର ବିଶ୍ୱାଳ ଓ ଯା ଦେଢଶୁର ପୂଜାକୁ  ବାରମ୍ବର ନିର୍ଯ୍ୟାତନା ଦେବା ସହ ହତ୍ୟା ଧମକ ଦେଉଥିଲେ । କହିଥିଲେ  ଯଦି ଗହ୍ମା ପୁର୍ଣ୍ଣିମା ମଧ୍ୟରେ ମଟର ସାଇକେଲ ନଦିଅନ୍ତି ତାହେଲେ ଜୀବନ ମାରିଦେବେ ବୋଲି ଧମକ ଦେଇଥିବାର ଫୋନ ଯୋଗେ ଝିଅ ବାପ ମାଆକୁ ଜଣାଇ ଥିବାର  ଥାନାରେ ଅଭିଯୋଗ କରିଥିଲେ । ଗାଡି ଦେବାରେ ବିଳମ୍ବ ହେବାରୁ  ଗହ୍ମା ପୁର୍ଣ୍ଣିମା ରାତି ଅର୍ଥାତ ସେହି ବର୍ଷ ଅଗଷ୍ଠମାସ ୨୬ ତାରିଖ ରାତିରେ ଝିଅକୁ ମାରି ଟାଙ୍ଗିଦେଇଥିବାର ଅଭିଯୋଗ ଥାନାରେ କରିଥିଲେ । ତା ପରଦିନ ଅର୍ଥାତ ୨୦୧୮ ମସିହା ଅଗଷ୍ଠ ୨୭ ତାରିଖ ଦିନ ଜଣେ ସମ୍ପର୍କିୟଙ୍କ ଠାରୁ ଝିଅର ମୃତୁ୍ୟ ଖବର ପାଇ ବୈଷ୍ଣବ ତ୍ରୀଲୋଚନପୁରରେ ପହଁଚି ଦେଖିଥିଲେ ଯେ ତାଙ୍କ ଝିଅ ପୂଜା ମୃତ ଅବସ୍ଥାରେ ଖଟରେ ଶୋଇଛି । ସନେ୍ଦହ ହେବାରୁ ବୈଷ୍ଣବ ଅଭୟଚାନ୍ଦପୁର ଥାନାରେ ଅଭିଯୋଗ କରିବାରେ ପୁଲିସ  ଶ୍ୱଶୁର ନିଶାକର, ଶାଶୁ କୁସୁମ ଓ ଜ୍ୱଇଁ ନିର୍ମଳକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା ।