ଖଣି ଅଞ୍ଚଳରେ ଜଳ, ଜଙ୍ଗଲ ଓ ବାୟୁ ପ୍ରଦୂଷିତ , ୧୪ ବର୍ଷ ପରେ ବି ଆଇନ ହେଉନି କାର୍ଯ୍ୟକାରୀ
ାା ପ୍ରଭାନୁ୍ୟଜ ।ା କୁହିକା: ଭାରତର ସମୁଦାୟ ଗଛିତ କ୍ରୋମାଇଟ ଧାତୁ ମଧ୍ୟରୁ ଓଡିଶାର ଯାଜପୁର ଜିଲାର ସୁକିନ୍ଦାରେ ରହିଛି ଶତକଡ଼ା ୭୫ ପ୍ରତିଶତ । ଅର୍ଥାତ୍ ଭାରତର କ୍ରୋମିୟମ ଆବଶ୍ୟକତା ପାଇଁ ସୁକିନ୍ଦା ହିଁ ଭରଣ କରିଥାଏ । କେବଳ ସେତିକି ନୁହେଁ ପୃଥିବୀର ହାତଗଣତି ଓପନ୍ କାଷ୍ଟ କ୍ରୋମାଇଟ ଓର୍ ମାଇନ୍ସ ମଧ୍ୟରୁ ସୁକିନ୍ଦା ଅନ୍ୟତମ । ବର୍ତ୍ତମାନ ସୁକିନ୍ଦା ଖଣି ଉପତ୍ୟକା ଅଞ୍ଚଳରେ ମୋଟ ୧୦ଟି ଶିଳ୍ପ ସଂସ୍ଥା ଦ୍ୱାରା କ୍ରୋମାଇଟ ଧାତୁ ଉତୋଳନ ଜାରି ରହିଛି । ଓଡିଶା ଖଣିନିଗମ ମାଧ୍ୟମରେ ସରକାରୀ ରାଜସ୍ୱ ଆୟର ଏକ ମୁଖ୍ୟ ଭାଗ ଭରଣା କରୁଥିବା ସୁକିନ୍ଦା ଗୋଟିଏ ପଟେ ପ୍ରଗତିର ପୁରୋଧା ସାଜିଥିବା ବେଳେ ଅନ୍ୟ ପଟେ ପ୍ରଦୂଷଣର ରାକ୍ଷସ ପାଲଟିଛି । ତାହା ଛଡା ଏକ ବଡ ବିପତି ଆଗକୁ ମାଡିଆସୁଛି । ଜଳ, ଜଙ୍ଗଲ ବାୟୁ ଓ ଦୈବି ବିଧାତା ଯାହାକି ୨ଜୁନ୍ ୨୦୧୦ରେ ଏସବୁକୁ ସୁରକ୍ଷା ଦେବାପାଇଁ ଏକ ଆଇନ୍ କରାଗଲା । କିନ୍ତ ତାହାର କୌଣସି କାର୍ଯ୍ୟକାରି ଏଅଞ୍ଚଳରେ ଦେଖିବାକୁ ମିଳୁନାହିଁ । ଏଠି ଶିଳ୍ପ ସାଜିଛି ବଇରି । ସେ ପାଖେ ପ୍ରଗତି ଏପାଖେ ପ୍ରମାଦ । ସୁକିନ୍ଦା ଖଣି ଓ ଶିଳ୍ପ ପାଇଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ସାଙ୍ଗକୁ ହାରାହାରି ୭୦% ଭୂ-ତଳ ଜଳରେ ହୋକ୍ସା ଭାଲେଣ୍ଟ କ୍ରୋମିୟମ ଭରି ରହିଛି । ବିଶ୍ୱରେ ପ୍ରଥମ ସ୍ଥାନ ଚାଇନା ଥିବା ବେଳେ ଭାରତର ଓଡିଶା ପ୍ରଦ୍ୟେଶ ସୁକିନ୍ଦା ଅନ୍ୟତମ । ଖଣି ଉପତ୍ୟକାରେ ହୋକ୍ସା ଭାଲେଣ୍ଟ କ୍ରୋମିୟମ ଓ ଅନ୍ୟାନ୍ୟ ଧାତୁ ଦ୍ୱାରା ୨ ଲକ୍ଷ ଲୋକ ପ୍ରଭାବିତ ହୋଇଥାନ୍ତି । କେବଳ ଜଳ ନୁହେଁ ଏ ଅଞ୍ଚଳରେ ସ୍ଥଳ ଭାଗ ଓ ପବନରେ ବିଷ ଭରି ରହିଛି । ସୁକିନ୍ଦା ପୃଥିବୀର ଅନ୍ୟତମ ପ୍ରଦୁଷଣ ହୁଏତ ଏକଥାକୁ କେହି ବିଶ୍ୱାସ କରି ନପାରନ୍ତି । କିନ୍ତ ପୃଥିବୀର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମାନଙ୍କ ମଧ୍ୟରୁ ସୁକିନ୍ଦା ଅନ୍ୟତମ । ଖଣିରୁ ବାହାରୁଥିବା ବିଷାକ୍ତ କ୍ରୋମିୟମ ଜଳ ପ୍ରବାହିତ ଦ୍ୱାରା ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥାଏ । ଅନ୍ୟପକ୍ଷରେ ଓଡ଼ିଶା ମାଇନିଂ କର୍ପୋରେସନ ଖଣି, ଟିସିଏମ୍ଏଲ୍, ବେଦାନ୍ତ, ଇମ୍ଫା, ବାଲେଶ୍ୱର ଅଲେଏଜ୍, ଜିନ୍ଦଲ, ଆଡିସି ପ୍ରଭୁତି ସରକାରୀ ଓ ଘରୋଇ ଖଣି ଯୋଗୁଁ ମହାଗିରି ପର୍ବତ ମାଳାର ୩୦୦ବର୍ଗ କିଲୋମିଟର ଜଙ୍ଗଲ ଧ୍ୱଂସ ହେବା ସାଙ୍ଗକୁ ବହୁ ମୁଲ୍ୟବାନ ବୃକ୍ଷ ଏବଂ ଔଷଧର ବୃକ୍ଷ ବିଲୁପ୍ତ ପ୍ରାୟ । କେବଳ ସେତିକି ନୁହେଁ ଜଙ୍ଗଲ ଧ୍ୱଂସ ହେବା ଫଳରେ ଏଅଞ୍ଚଳରେ ଅନୁ୍ୟନ ୧ଲକ୍ଷ ହେକ୍ଟର ଜମିରେ ମୃତିକା କ୍ଷୟ ଘଟିଛି । ଖଣି ଓ ବିଶୋଧନ ୟୁନିଟ୍ରୁ ନିର୍ଗତ ବର୍ଜ୍ୟ ଜଳ ଏଅଞ୍ଚଳର ଛୋଟ ବଡ ଝରଣାକୁ ପ୍ରଦୂଷିତ କରିବା ଦ୍ୱାରା ବ୍ରାହ୍ମଣୀ ନଦୀର ଜଳ ବିଶେଷ ଭାବରେ ପ୍ରଭାବିତ ହେଉଛି । ବିଭିନ୍ନ ଖଣିରେ ଜମାହୋଇ ରହିଥିବା କ୍ରୋମାଇଟ ଓ ମାଟି ଗଦା ହୋଇଥିବ ବେଳେ ବର୍ଷା ସମୟରେ ଧୋଇହୋଇ ନଦୀ ସର୍ଜ୍ୟାକୁ ଅଗଭିର କରିଦେଇଥିବାରୁ କମ୍ ବର୍ଷାରେ ବନ୍ୟାହେବା ଏଅଞ୍ଚଳରେ ସାଧାରଣ କଥା । ଫଳରେ ପ୍ରାୟ ନଦୀ ଅବ ବାହିକାରେ ଥିବା ପ୍ରାୟ ୫୨ଟି ଗ୍ରାମରେ ଫସଲ ନଷ୍ଟ ହେବା ସାଙ୍ଗକୁ ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଛି । ୧୦୦ମିଟରରୁ ଅଧିକ ଗଭୀର ପର୍ଯ୍ୟନ୍ତ ଖଣି ଖନନ ହୋଇଥିବାରୁ ସୁକିନ୍ଦା ଅଞ୍ଚଳରେ ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଛି । ଅନେକ କୂଅ ପୋଖରୀରେ ବର୍ଷର ଅଧା ସମୟ ପାଣି ରହୁ ନଥିବା ବେଳେ ଛୋଟ ବଡ ୧୫ଟି ଝରଣାଏବେ ମୃତ ପ୍ରାୟ । ଯେଉଁ ଝରଣା ଗୁଡିକରେ ଜଳ ପ୍ରବାହିତ ହୋଇ କେତେକ ଛୋଟ ନାଳରେ ପରିଣତ ହୋଇଛନ୍ତି । ଯାହାକି ଏବେ ସେହି ନାଳ ଗୁଡ଼ିକରେ ଅଧୁଆଣିଆ ପାଣି ବୋହିବା କଷ୍ଟସାଧ୍ୟ ହୋଇପଡୁଛି । ଏହାର ମୁଖ୍ୟକାରଣ ଖଣି ଖାଦାନରେ ହାଇ ଏକ୍ସପ୍ଲୋସିଭରେ ବ୍ଳାଷ୍ଟିଙ୍ଗ କରି ପାହାଡକୁ ଫଟେଇବା ଏବଂ ଧମାକାରେ ପାହାଡର ମାଟି ଭୂମିକମ୍ପ ଭଳିଥରି ଉଠିବାରେ ଝରଣାର ଗତିପଥ ଅବରୋଧ ହୋଇଯିବା ଏହା ନିଶ୍ଚୟ ପାହାଡ ଝରଣା ପାଇଁ ବଇରି ସାଜିଛି । ଥରେ ନୁହେଁ କି ଅଧେ ନୂହେଁ ଗୋଟିଏ ଖଣିରେ ଦୈନିକ ୩୦୦ ରୁ ୪୦୦ହୋଲ୍ କରାଯାଏ ଏବଂ ପ୍ରତ୍ୟେକ ହୋଲ୍ ୧୦ମିଟରିଆ ହୋଲ୍ରେ ଆମୋନିୟମ୍ ନାଇଟ୍ରାଇଟ, ବୁଷ୍ଟ୍, କୋଡେକ୍ସ୍, ଡିଟୋନେଟ,ର୍ ଡିଜେଲ୍ ଆଦି ଅନେକ ଆଧୁନିକ ବାରୁଦ ଦ୍ୱାରା ଖଣିର ପଥରକୁ ଚୁର୍ ମାର୍ କରାଯାଇଥାଏ । ତାହାର ପ୍ରଭାବରେ ମହାଗିରି ଓ ଦୈତାରି ପର୍ବତର ୨୯ଟି ଛୋଟବଡ ନାଁ ଧାରି ଝରଣା ଏବେ ମୃତ ପାଲଟିବା ଉପରେ ବସିଛି । ଯେମିତି କଙ୍କଡା ଝରଣା, ମାଙ୍କଡ ଚୁଆଝର, ଅଶୋକ ଝର, କଂସଛନ୍ଦାଝର, କେନ୍ଦୁ ଝରଣା, କଇନା ଝରଣା, ଉଷା ଝର, କଙ୍କଡା ଗୋଡି ଝର, ବୁଢି ମୁତୁରି ଝରଣା, ଗେଣ୍ଡଟାଙ୍ଗର ଝରଣା, ପନାସିଆଝର, ନଛିଆ ଖୋଲଝର, କାକୁଡିଆଝର, ମହାଗିରି ଝର, ଚୁଆ ନାଳି ଝର, ପୁରିଆ ନାଳ ଝର, କୁଣ୍ଡପାଣି ଝରଣା, ଅଞ୍ଜାନି ଝର, ଖଣ୍ଡାଧୁଆ ଝରଣା, ପୁରୁଣାପାଣି ଝର, କାଳିଆପାଣି ଝର, ପାଟଣା ଝରଣା, ଝୁନା ଝର, ମୋ କଣ୍ଟାଝର, ତଳଙ୍ଗି ଝରଣା, ଟିକରପଡା ଝରଣା, ଆମ୍ବ ଝରଣା, ଚମ୍ପା ଝର, କମର୍ଦା ଝର । ସୁକିନ୍ଦା ଉପତ୍ୟାକା ଖଣି ଅଞ୍ଚଳ ଓ ମହାଗିରି ପର୍ବତ, ଦୈତାରି ପାହାଡରୁ ବାହାରିଥିବା ଝରଣାର ଜଳ ସବୁ ଅଞ୍ଚଳର ଲୋକମାନେ ବ୍ୟବହାର କରିଥାନ୍ତି । ଏଥିମଧ୍ୟରୁ ଅଧିକାଂଶ ଝରଣା ଏବେ ମୃତ ପ୍ରାୟ । ଖଣିରୁ ବାହାରୁଥିବା ବର୍ଯ୍ୟ ଜଳ ଏହି ସବୁ ଝରଣାର ଜଳ ସହ ଡମଶାଳା, ପଥରଖାଞ୍ଚିଆ, ରିଙ୍ଗ୍ରୁଙ୍ଗା ନାଳ, ଆଡିଆ ନାଳର ପାଣି ପାଣ୍ଡରା ସହ ସଂଯୋଗ ହୋଇ ବ୍ରାହ୍ମଣୀରେ ମିଶୁଥିବା ବେଳେ ଅନ୍ୟ କେତେକ ଝରଣା ପାଣି କୁଶେଇ ସହ ସଂଯୋଗ ହୋଇ ବୈତରଣୀର ନଦୀକୁ ଦୁଷିତ କରିଥାଏ । ଏହାର ପ୍ରଭାବରେ ଅନେକ ରୋଗ ସୂଷ୍ଠି କରିଥାଏ । ଯାହାକୁ ସଂକ୍ଷେପରେ ପିଆଇଡି କୁହାଯାଏ । ଗ୍ୟାଷ୍ଟ୍ରୋ ଇଣ୍ଡଷ୍ଟିନାଲ୍ ବ୍ଲିଡିଙ୍ଗ୍, ଟ୍ୟବର୍ କ୍ୟୋଲସିସ୍, ଆଜ୍ମା, କ୍ୟାନ୍ସର, ଲିଭର ଖରାପ୍, କିଡ୍ନି ଖରାପ ଆଦି ବିଭିନ୍ନ ପେଟରୋଗ ଆଦି ଶାରିରିକ ରୋଗ ପିଆଇଡି ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଗର୍ଭାଶୟର ସମସ୍ୟା ଚର୍ମରୋଗ, ଶିଶୁରୋଗ, ଆଦି ବହୁରୋଗ ପ୍ରଦୂଷଣ ପ୍ରଭାବରେ ହୋଇଥାଏ । ମୁଖ୍ୟତଃ ବିଶୁଦ୍ଧ ପାନିୟ ଜଳ ପାଇଁ ପ୍ରକୃତି ଦ୍ୱାରା ବହିଆସୁଥିବା ଝରଣା ସୁକିନ୍ଦାରେ କେତେ ସୁରକ୍ଷିତ ତା ସ୍ପଷ୍ଟ ଭାବରେ ଜଣା ପଡୁଛି । ସରକାରଙ୍କ ପାଖରେ ଅନେକ ଗୁଡିଏ ତଥ୍ୟ ଥାଇ ମଧ୍ୟ କଣ ପାଇଁ ନିରବଦ୍ରଷ୍ଠା ସାଜିଛି ତାହା ଜନ ସାଧାରଣଙ୍କ ଦ୍ୱନ୍ଦରେ ପକେଇଛି ।