ଇକୋ କ୍ଲବ ତତ୍ତ୍ୱାବଧାରଙ୍କ ପ୍ରଶିକ୍ଷଣ ଶିବିର

ାା ପ୍ରଭାନୁ୍ୟଜ ।ା ଯାଜପୁରଟାଉନ: ଜାତୀୟ ସବୁଜ ବାହିନୀ ଜିଲା କାର୍ଯ୍ୟକାରିଣୀ ମୂଲ୍ୟାୟନ କମିଟି ଆନୁକୂଲ୍ୟରେ ଇକୋ କ୍ଲବ ତତ୍ୱାବଧାରକଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ବୈଷ୍ଣବ ଦତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ନାୟକଙ୍କ ଅଧକ୍ଷତାରେ ପ୍ରଶିକ୍ଷଣ ଶିବିରରେ ଅତିଥି ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଠାରେ ଇକୋ କ୍ଲବ ଶିକ୍ଷକଙ୍କ ଦ୍ୱାରା କିପରି ଆଗାମୀ ପିଢ଼ିପାଇଁ ପରିବେଶ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ବର୍ଣ୍ଣନା କରିଥିଲେ । ଉଦ୍ୟାନ ଅଧି ନିରୀକ୍ଷକ ହରମୋହନ ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ କିପରି ଉଦ୍ୟାନ ସୃଷ୍ଟି କରାଯାଇ ପରିବେଶ ସୁରକ୍ଷା କରାଯାଇପାରେ ତାହା ବର୍ଣନା କରିଥିଲେ । ଆବାହକ ଡ.ଶରତ କୁମାର ସାହୁ ଇକୋ କ୍ଲବ ପ୍ରଶିକ୍ଷଣ ଶିବିର ଆୟୋଜନର ଉଦେ୍ଦଶ୍ୟ ଓ ଲକ୍ଷ୍ୟ ବର୍ଣନା କରିଥିଲେ । ମୁଖ୍ୟ ପ୍ରଶିକ୍ଷକ ଡଃ ନୃସିଂହ ଚରଣ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲାର ବିଭିନ୍ନ ପାଞ୍ଚ ବ୍ଲକରୁ ପାଞ୍ଚଜଣ ଯଥା ଡ.ରାଜକିଶୋର ପଣ୍ଡା, ରଘୁନାଥ ମହାନ୍ତି, ଅଚୁ୍ୟତାନନ୍ଦ ପାତ୍ର, ଯୁଗପ୍ରଭା ସାବତ, ନବକିଶୋର ସାହୁଙ୍କୁ ପ୍ରକୃତି ବନ୍ଧୁ ଓ ତିନିଟି ଅନୁଷ୍ଠାନକୁ ଯଥା ରିଜିଓ ନାଲ କଲେଜ, ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଶ୍ୱ କଳିଙ୍ଗ ଫାଉଣ୍ଡେସନକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ପରିବେଶ ସମିତି ଓ ଜାତୀୟ ସବୁଜ ବାହିନୀର ମୁଖପତ୍ର "ସବୁଜ ପରିବେଶ ପରିକ୍ରମା’ ଉନ୍ମୋଚିତ ହୋଇଥିଲା । ଶେଷରେ ପ୍ରଶ୍ନ ଉତର କାର୍ଯ୍ୟ କର୍ମ ହୋଇଥିଲା । ମୁଖ୍ୟ ପ୍ରଶିକ୍ଷକ ବିଷ୍ଣୁ ଚରଣ ସାହୁ, ନୃସିଂହ ଚରଣ ବେହେରା, ବିଜୟ ମୋହନ ରାୟ, ବିଜୟ କୁମାର ସାହୁ ଓ ଆବାହକ ଡ.ଶରତ କୁମାର ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ରାଜକିଶୋର ପଣ୍ଡା ବିଶ୍ୱଶାନ୍ତି ପାଇଁ ଓ ବ୍ୟକ୍ତି ଜୀବନରେ ଶାନ୍ତିର ଆବଶ୍ୟକତା ଓ ଶାନ୍ତି ପ୍ରାପ୍ତିର ମାର୍ଗ ସମ୍ବନ୍ଧରେ ଆଲୋକପାତ କରିଥିଲେ । ନୃସିଂହ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।