ଛଅ ବର୍ଷ ଧରି ବିଛଣାରେ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ାା ପ୍ରଭାନୁ୍ୟଜ ।ା ଦାନଗଦୀ : ଜଣେ ଦିନମଜୁରିଆଙ୍କ ଦୁଃଖ ଓ ପରିବାରରେ ଏବେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ପୁଅ ପାଇଁ ବାପା, ମା’କାନ୍ଦି କାନ୍ଦି ଦିନ ସରୁଛି । ଯାହା ଦୁଇ ପଇସା ରୋଜଗାର ହେଉଛି ପୁଅ ପିଛାରେ ଖର୍ଚ୍ଚ ହେଉଛି କିନ୍ତୁ କିଛି ସୁଫଳ ମିଳୁନାହିଁ । ଏପରି ଏକ ଶିଶୁର କରୁଣ ଚିତ୍ର ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତର ଜେମାଦେଇପୁର ଗାଁରେ । ଏହି ଗାଁର ଅଜୟ କୁମାର ପାତ୍ର ଓ ଅଞ୍ଜଳିଙ୍କପୁଅ ଦିବ୍ୟଜ୍ୟୋତି (୭) । ଜନ୍ମର ଏକ ବର୍ଷ ପରେ ସେ ହୋଇଯାଇଛି ଦିବ୍ୟାଙ୍ଗ । ଚଳ ପ୍ରଚଳ କରିପାରୁନାହିଁ । ବସାଇଲେ ବସୁଛି ନଚେତ ଖାଲି ଶୋଇ ରହୁଛି । ଆଜକୁ ଦୀର୍ଘ ଛଅ ବର୍ଷ ହେବେ ବିଛଣାରେ ଶଯ୍ୟାଶାୟୀ ଦିବ୍ୟଜ୍ୟୋତି ।  ଶତପ୍ରତିଶତ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିଙ୍କ ପାଇଁ ବାପା, ମା’ଯାହା ରୋଜଗାର କରି ଆଣିଲେ ସର୍ବସ୍ୱ ହରାଇ ସାରିଲେଣି । ବଡ଼ ଦୁଃଖର କଥା ଏହି ଗରିବ ପରିବାରଟିର ଜମି ବାଡ଼ି କିଛି ନାହଁ । ଯାହା ଘରଡିହ ଖଣ୍ଡକ, ଚାଳଛପର ଘର ଖଣ୍ଡକ ଭାଙ୍ଗି ଗଲାଣି । ରାସନ କାର୍ଡ ମଧ୍ୟ ନାହିଁ । ଘର ଚଳିବା କଷ୍ଟକର ହୋଇ ପଡୁଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୁଅ ପାଇଁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଗୋଟେ ସୁଦ୍ଧା ମିଳିପାରୁନାହିଁ । ବହୁତ ଭିନ୍ନକ୍ଷମ ଶିବିର ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୌଡ଼ି ଦୌଡି ନିରାଶ ହେଲେଣି ପିତା ଅଜୟ । ଗରିବ ଦିନ ମଜୁରୀଆ ଅଜୟଙ୍କ ପୁଅ ଦିବ୍ୟାଙ୍ଗ ଦିବ୍ୟଜ୍ୟୋତିକୁ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେଲେ ଶିଶୁଟିର ଉନ୍ନତ ଚିକିତ୍ସା ହୋଇ ପାରନ୍ତା ।