ବ୍ୟାରିକେଟ୍ ଭାଙ୍ଗିବାକୁ ଅଘଟଣ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରୟାଗରାଜ  କୁମ୍ଭମେଳାର ତ୍ରିବେଣୀ ସଙ୍ଗମରେ ଅମୃତ ସ୍ନାନ ପାଇଁ ଜମିଥିବା ଭିଡର ଦଳଚକଟା ସ୍ଥିତି ୨୦ ଜଣଙ୍କ ଜୀବନ ନେଇଛି । ଏହାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବ୍ୟାରିକେଟ୍ ଭାଙ୍ଗିବାକୁ ଅଘଟଣ ଘଟିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । କୌଣସି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

କୁମ୍ଭମେଳା ଅଘଟଣକୁ ନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବର୍ତ୍ତମାନ ସ୍ଥିତି ନୟନ୍ତ୍ରଣରେ ରହିଛି।  ସଙ୍ଗମ ଘାଟରେ ପ୍ରବଳ ଭିଡ ହୋଇଥିଲା ।  ଆଜି ପ୍ରୟାଗରାଜରେ  ୮ କୋଟି ୧୦ କୋଟି ଭକ୍ତଙ୍କ ଭିଡ ହୋଇଥିଲା । ଆଖଡା ମାର୍ଗରେ ଥିବା ବ୍ୟାରିକେଡ୍ ଭାଙ୍ଗିବାରୁ ଦଳଚକଟା ସ୍ଥିତି ହୋଇଥିଲା । ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଅଘଟଣ ହୋଇଥିଲା । କିଛି ଆହତ ଅଛନ୍ତି ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଗୁଜବରେ ବିଶ୍ବାସ କରନାହିଁ । ତ୍ରିବେଣୀ ସଙ୍ଗମ ନ ଆସି ନିକଟ ଘାଟରେ ସ୍ନାନ କରନ୍ତୁ ।

ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏକ ଅଘଟଣ ଘଟିଛି । ମୌନୀ ଅମାବାସ୍ୟାରେ ସଙ୍ଗମ ଘାଟରେ ଅମୃତ ସ୍ନାନ ପାଇଁ ଜମିଥିବା ଭିଡରେ ଦଳାଚକଟା ସ୍ଥିତି ଉପୁଜିଛି। ଏଥିରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗୀଙ୍କ ସହ ଫୋନ ଯୋଗେ ସ୍ଥିତି ବିଷୟରେ ମନିଟରିଂ କରିଥିଲେ । ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।