ଏଲଭିଶ ଯାଦବଙ୍କ ଘର ଉପରେ ଗୁଳି ବର୍ଷା

ଏଲଭିଶ ଯାଦବଙ୍କ ଘର ଉପରେ ଗୁଳି ବର୍ଷା

ନୂଆଦିଲ୍ଲୀ: ପ୍ରସିଦ୍ଧ YouTuber ଏବଂ ସୋସିଆଲ ମିଡିଆ ସେଲିବ୍ରିଟି ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନା ହୋଇଥିବା ସୂଚନା ମିଳିଛି। ହରିୟାଣାର ଗୁରୁଗ୍ରାମରେ ତାଙ୍କ ଘରେ ଗୁଳିଚାଳନା ହୋଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ଆହତ ହୋଇନାହାଁନ୍ତି। ଏହି ଘଟଣା ରବିବାର ସକାଳ ୫ଟାରେ ଘଟିଥିଲା। ବାଇକ ଆରୋହୀ ଦୁର୍ବୃତ୍ତମାନେ ତାଙ୍କ ଘର ଉପରେ ଗୁଳି ଚଳାଇଥିଲେ। ଏଲଭିଶଙ୍କ ଘରେ ୧୦ ରୁ ୧୨ ରାଉଣ୍ଡ ଗୁଳିଚାଳନା ହୋଇଛି।

ଏଲଭିଶଙ୍କ ଘରେ ଗୁଳିଚାଳନା ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁରୁଗ୍ରାମ ପୋଲିସ ଅନୁଯାୟୀ – ୩ ଜଣ ଦୁର୍ବୃତ୍ତ ଏଲଭିଶଙ୍କ ଘରେ ଗୁଳିଚାଳନା କରିଛନ୍ତି।

ଏଲଭିଶ ଯାଦବ ଜଣେ ସୋସିଆଲ ମିଡିଆ Sensation। ସେ YouTubeରେ ଭ୍ଲଗ୍ ଭିଡିଓ କରନ୍ତି। ତାଙ୍କୁ ବିଗ୍ ବସ୍ OTT 2 ରେ ଦେଖିବାକୁ ମିଳିଥିଲା। ସେ ଏହି ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ନେଇଥିଲେ ଏବଂ ବିଜେତା ହୋଇଥିଲେ। ୱାଇଲ୍ଡ କାର୍ଡ ଏଣ୍ଟ୍ରି ପରେ ବିଜେତା ହୋଇଥିବା ବିଗ୍ ବସ୍ ଇତିହାସରେ ଏଲଭିଶ ପ୍ରଥମ ବିଜେତା। ଏହା ବ୍ୟତୀତ, ତାଙ୍କୁ ଲାଫଟର୍ ସେଫ୍ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା। ସେ ଶୋ’ରେ କରଣ କୁନ୍ଦ୍ରାଙ୍କ ସହିତ ଯୋଡି ହୋଇଥିଲେ। ଏଲଭିଶ ଯାଦବ ଏବଂ କରଣ କୁନ୍ଦ୍ରା ଶୋ’ର ବିଜେତା ହୋଇଥିଲେ। ସେମାନଙ୍କ ମାଆ ମଧ୍ୟ ଲାଫଟର୍ ସେଫ୍‌ର ଗ୍ରାଣ୍ଡ ଫିନାଲେରେ ଯୋଗ ଦେଇଥିଲେ।