ଅଖିଳ ଭାରତ କୃଷକ ସଭା ତରଫରୁ ବାଉଁଶବଣିଆ ଛକରେ ରାସ୍ତାରୋକ
ାା ପ୍ରଭାନୁ୍ୟଜ୍ ।ା ନୀଳଗିରି : ଜଙ୍ଗଲୀ ହାତୀ କବଳରୁ ଧନ ଜୀବନ ସୁରକ୍ଷା ଓ ନୀଳଗିରି ବଉଳଗଡ଼ିଆ ରାସ୍ତାରେ ଦୁରାବସ୍ଥ ପ୍ରତିବାଦରେ ଅଖିଳ ଭାରତ କୃଷକ ସଭା ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ରାସ୍ତାରୋକ । ସୂଚନା ଅନୁଯାଇ ନୀଳଗିରି ଉପଖଣ୍ଡର ବହୁ ପୁରାତନ ଏକମାତ୍ର ରାଜତନ୍ତ୍ର ସମୟରେ ନିର୍ମିତ ମାଧିଆ ଦଣ୍ଡା ରାସ୍ତା ଯାହା ପରବର୍ତ୍ତୀ ଅବସ୍ଥାରେ ନୀଳଗିରି ବଉଳଗଡିଆ ପୂର୍ତ୍ତ ବିଭାଗ ରାସ୍ତା ଭାବରେ ନାମିତ ହୋଇଛି । ଏହି ରାସ୍ତା ସ୍ୱାଧୀନତାର ୬୦ ବର୍ଷ ପରେ ବହୁ ଆନେ୍ଦାଳନ ଯୋଗୁ ଭାରତ ସରକାରଙ୍କ ଦ୍ୱାଦଶ କମିଶନ ଅର୍ଥରେ ପୁନରନିର୍ମାଣ ହୋଇଥିଲା । ରାଜ୍ୟ ସରକାରଙ୍କ ୩୨ କୋଟି ଟଙ୍କା ଅନୁଦାନ ରାଶିରେ ପୁନଃ ନିର୍ମାଣ ପାଇଁ ପଶ୍ଚିମବଙ୍ଗର ମେକଇନ୍ ଟ୍ରଷ୍ଟ କନଷ୍ଟ୍ରକସନ କମ୍ପାନୀ କାର୍ଯ୍ୟ କରିବା ପାଇଁ ଚୁକ୍ତି ହୋଇଥିଲା । ସାଲାର ଫିକ୍ସିଂ ତାରବାଡ଼ ନହେବା କାରଣ ରୁ କୁଳଡିହା ଅଭୟାରଣ୍ୟ ର ହାତୀ ମାନେ ପ୍ରତିଦିନ ଗାଁମୁହାଁ ହୋଇ ବାଉଁଶବଣିଆ, ଶ୍ୟାମସୁନ୍ଦରପୁର, କାଣ୍ଡଗରଡ଼ି ପଂଚାୟତ ଏବଂ ନୀଳଗିରି ଏନଏସି ର ବିଭିନ୍ନ ଗ୍ରାମ କୁ ପ୍ରବେଶ କରି ବାସ ଗୃହ ଭାଙ୍ଗିବା ସହ ଖରିଫ ଧାନ ଫସଲକୁ ସମ୍ପୂର୍ଣ ନଷ୍ଟ କରି ଚାଲିଛନ୍ତି । ପ୍ରତିଦିନ ସନ୍ଧ୍ୟା ହେଲେ ଅତି କମ ରେ ୭୦ରୁ ୮୦ ଟି ଗ୍ରାମ ସହିତ ନୀଳଗିରି ଏନଏସି ଭିତରେ କକୁଆ ଭୟ ସୃଷ୍ଟି କରୁଛି । ଔପଦା ବ୍ଲକକୁ ସଂଯୋଗ କରୁଥିବା ବାହାନଗା ବ୍ଲକର ଗାଁରେ ଧାନ ଫସଲ ନଷ୍ଟ କରୁଛନ୍ତି । ମଝିରେ ମଝିରେ ଲୋକଙ୍କୁ ଆକ୍ରମଣ କରୁଛନ୍ତି, ଯାହା ଫଳରେ ମଇ ମାସ ୧୭ ତାରିଖ ସକାଳ ୮ ଘଟିକା ସମୟରେ ଢୋଲପୁରର ହରେକୃଷ୍ଣ ପ୍ରଧାନଙ୍କ ହାତୀ ଆକ୍ରମଣରେ ମୃତ୍ୟ ହୋଇଥିଲା । ଏହାର ପ୍ରତିବାଦ ସ୍ୱରୂପ ରାସ୍ତାରୋକ ଓ ଆନେ୍ଦାଳନ କରାଯାଇଛି । ଆନେ୍ଦାଳନ ନିକଟରେ ନୀଳଗିରି ତହସିଲଦାର ଦିପ୍ତିମୟୀ ବେହେରା, ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ , କୁଳଡିହକ୍ଷ ରେଞ୍ଜର ପ୍ରବୀର ମୁର୍ମୁ , ନୀଳଗିରି ଫରେଷ୍ଟର ଉପସ୍ଥିତ ହୋଇ ସୋଲାର ଫିନିସିଂ ପାଇଁ ପୂର୍ବରୁ କୃଷକ ସଭା ତରଫରୁ ହୋଇଥିବା ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ କରି ବ୍ୟୟ ବରାଦ ହୋଇଥିବାର ଅବିକଳ ନକଲ ଆନେ୍ଦାଳନକାରୀଙ୍କୁ ପ୍ରଦାନ କରିଥିଲେ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ବନ ବିଭାଗ ଓ ପ୍ରଶାସନ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ ନ ହେଲେ ପରବର୍ତ୍ତୀ ସମୟରେ ଏକ ଦୁର୍ବାର ଆନେ୍ଦାଳନ ନିଶ୍ଚିତ ହେବ ବୋଲି ସୂଚନା ଦେଇଥିଲେ । ଅନିରୁଦ୍ଧ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, କୃଷକ ସଭା ନୀଳଗିରି ସମ୍ପାଦକ ବିଜୟ କୁମାର ସ, ଶ୍ୟାମସୁନ୍ଦରପୁର ସରପଞ୍ଚ, ପୁରୁଷୋତ୍ତମ ସେଠି, ବାଉଁଶ ବଣିଆ ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ବେହେରା, ବରିଷ୍ଠ କୃଷକ ସଭା ନେତା କରୁଣାକର ପରିଡା, ବିଧାୟକ ପ୍ରାର୍ଥୀ ଅଜୟ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ଅମର ପଟ୍ଟନାୟକ, ଶ୍ୟାମସୁନ୍ଦରପୁର ସେବା ସମବାୟ ପୂର୍ବତନ ସଭାପତି କମଳାକାନ୍ତ ବାରିକ, ପଦ୍ମଲୋଚନ ବାରିକ, ଗାୟତ୍ରୀ ପଣ୍ଡା, ନିଜଗଡ଼ ସେବା ସମବାୟ ସଭାପତି ରାମଚନ୍ଦ୍ର ଦାସ, ଟୁଟୁ ପାତ୍ର, ଶାଖା ସମ୍ପାଦକ ହରେକୃଷ୍ଣ ପଣ୍ଡିତ, ଦୀପା ନାୟକ, କାର୍ତିକ ଚନ୍ଦ୍ର ପ୍ରଧାନ, ପ୍ରକକ୍ଷଶ ଚନ୍ଦ୍ର ଚୌଧୁରୀ, ବିକ୍ରମ ମିଶ୍ର, ଦିଲ୍ଲୀପ ରାଉତ, ସୁରେନ୍ଦ୍ର ଦେଉରି, ଭାସ୍କର ଦାସ, ରବୀନ୍ଦ୍ର ବାରିକ, ମକରା ଦେଉରି, ବିଦ୍ୟାଧର ବେହେରା ପ୍ରମୁଖ ଶତାଧିକ ଅଞ୍ଚଳବାସୀ ଏହି ରାସ୍ତାରୋକରେ ସାମିଲ ହୋଇଥିଲେ ।