କଳିଙ୍ଗ ଷ୍ଟାଡିୟମରେ ବେଆଇନ ଭାବେ ପଡ଼ି ରହିଛି ଗାଡ଼ି :ଗାଡ଼ି କାହାର ପ୍ରଶ୍ନ କଲେ ବିଜେଡି ବିଧାୟକ !
କଳିଙ୍ଗ ଷ୍ଟାଡିୟମରେ ବେଆଇନ ଭାବେ ପଡ଼ି ରହିଥିବା ଗାଡ଼ିଗୁଡ଼ିକ ବାବଦରେ ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ଗୃହରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା । ସେ ପ୍ରଶ୍ନ କରିଥିଲେ ଯେ, କଳିଙ୍ଗ ଷ୍ଟାଡିୟମ ରନିଂ ଟ୍ରାକ୍ ଉପରେ କେତେଥର କେବେ କେଉଁ VVIP, VIP ଓ ଅନ୍ୟାନ ଲୋକଙ୍କ ଗାଡ଼ି ବେଆଇନ ଭାବରେ ଗଡ଼ିଛି ତାର ବିବରଣୀ ପ୍ରଦାନ କରନ୍ତୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଖାଲି ସେତିକି ନୁହେଁ, ଏଭଳି କାର୍ୟ୍ୟ କରି ଅନ୍ତର୍ଜାତୀୟ ସ୍ତରର ଟ୍ରାକ୍କୁ ନଷ୍ଟ କରିବା ଉଦ୍ୟମର କାରଣ କଣ ଓ ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? କ୍ରୀଡ଼ା ବିଭାଗ ପକ୍ଷରୁ ଫୌଜଦାରୀ ମାମଲା କରାଯାଇଛି ନା ନାହିଁ ସେ ବାବଦରେ ସୂଚନା ପ୍ରଦାନ କରିବାକୁ ଅନୁଗ୍ରହ କରିଥିଲେ ତୁଷାରକାନ୍ତି ବେହେରା । ତେବେ ତଦନ୍ତ ପରିସରଭୁକ୍ତ ରହିଥିବା ନେଇ ଲିଖିତ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।