ଦୁର୍ନୀତିର ଗନ୍ତାଘର ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ୨୦ବର୍ଷ ଚାକିରି, ଶୋଷଣର ଶିକାର ଶିକ୍ଷକ


ାା ପ୍ରଭାନୁ୍ୟଜ୍ ।ା ତାଳଚେର, :  ତାଳଚେର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବେ ଦୁର୍ନୀତି ମଧ୍ୟରେ ଚାଲିଥିବାବେଳେ ଶିକ୍ଷକମାନେ ଶୋଷଣ ହେଉଥିବା ଅଭିଯୋଗ କରିଛନ୍ତି । ବିନା ଲାଞ୍ଚରେ ଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟ ହେଉନଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟାଳୟ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ହେଉଛି । ଏଠାରେ ଅବସ୍ଥାପିତ ଡାଟା ଏଣ୍ଟ୍ରି ଅପରେଟର ୨୦ ବର୍ଷରୁ ଉର୍ଦ୍ଧ୍ୱ ରହି ଏହି ସ୍ଥାନରେ କାର୍ଯ୍ୟ କରୁଥିବାବେଳେ ତାଙ୍କର ମନମୁଖୀ କାର୍ଯ୍ୟ ପାଇଁ ଓ ସ୍କୁଲ ସମ୍ବନ୍ଧୀୟ କାର୍ଯ୍ୟ ନେଇ ଆସିଥିବା ଶିକ୍ଷକଙ୍କୁ ହଇରାଣ କରୁଥିବାରୁ ଶିକ୍ଷକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହାସହ ଆକାଉଣ୍ଟ୍ ସେକ୍ସନର କିରାଣୀ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ  ଭୁବନେଶ୍ୱରରୁ ଆଲଟମେଣ୍ଟ ଆଣିବା କହି ଅନ୍ୟାୟ ଭାବେ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହେଉଛି । ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀମାନେ ଠିକ୍ ସମୟରେ ଉପସ୍ଥିତ ନରହିବା, ନିୟମିତ ନଆସିବା, ଶୀଘ୍ର ପଳାଇବା, ନିଜର ବ୍ୟକ୍ତିଗତ କାର୍ଯ୍ୟରେ ଲିପ୍ତ ରହିବା ଆଦି ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଏଠାରେ ଦୁଇଜଣ ସ୍ଥାୟୀ ଏବିଇଓ ଥିବାବେଳେ ଅସ୍ଥାୟୀ ଭାବେ ଜୈନିକ ପ୍ରଧାନ ଶିକ୍ଷକଙ୍କୁ ଯିଏ କି ପଦୋନ୍ନତିକୁ ପ୍ରତ୍ୟାଖାନ କରିଥିଲେ ମଧ୍ୟ କାହା ସୁପାରିସରେ ତାଙ୍କୁ ଏବିଇଓ ସହ ବିଆରସିସି ଦାଇତ୍ୱ ଦିଆଯାଇଛି ଶିକ୍ଷକ ସଂଘ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବାକୁ ବହୁ ବରିଷ୍ଠ ଶିକ୍ଷକ ଆବେଦନ କରିଥିଲେ ମଧ୍ୟ ଅନିୟମିତତା କରାଯାଇ ନିଯୁକ୍ତି ପାଇଥିବା ଶିକ୍ଷୟତ୍ରୀଙ୍କୁ କିପରି ପ୍ରଦାନ କରାଗଲା ଶିକ୍ଷକମାନେ ପ୍ରଶ୍ନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବାର୍ଷିକ ବର୍ଦ୍ଧିତ ଅର୍ଥ ପାଇଁ ପ୍ରଧାନ ଶିକ୍ଷକଙ୍କ ଠାରୁ ପରଫରମାନସ ସାର୍ଟିଫିକେଟ ମଗା ଯାଇଥାଏ । ଚଳିତମାସ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ହ୍ୱାଟ୍ସସ୍ ଆପ ମାଧ୍ୟମରେ ଶିକ୍ଷକ ବିଦ୍ୟାଳୟର ଶିକ୍ଷାଦାନକୁ ଛାଡ଼ି ଗତ ବର୍ଷର ଜୈନିକ ପାଠଟିକା ଆଣି ସଂପୃକ୍ତ କିରାଣୀଙ୍କୁ ଦେଖାଇବାକୁ ନିଦେ୍ର୍ଦଶ ଦିଆଯାଇଛି । ଫଳରେ ବିଦ୍ୟାଳୟଗୁଡ଼ିକରେ ପାଠ ପଢାନେଇ ବାଧା ସୃଷ୍ଟି ହେବାକୁ ଥିବାବେଳେ ଏ ସମସ୍ତ କାର୍ଯ୍ୟପାଇଁ ବିଇଓ, ଏବିଇଓ, ବିଆରସିସି , ସିଆରସିସିମାନେ ବିଦ୍ୟାଳୟକୁ ପରିଦର୍ଶନରେ ଯାଇ ଦେଖିବା କଥା ଫଳରେ ବିଦ୍ୟାଳୟରେ ପାଠ ପଢାରେ ବାଧା ସୃଷ୍ଟି ନହେବା ସହ ଶିକ୍ଷକମାନେ ଠିକ୍ ସମୟରେ ବର୍ଦ୍ଧିତ ଅର୍ଥ ପାଇପାରନ୍ତେ ବୋଲି ଶିକ୍ଷକମାନେ କହିଛନ୍ତି । ଶିକ୍ଷକଙ୍କୁ ବିଭିନ୍ନ କାର୍ଯ୍ୟ ନେଇ କାର୍ଯ୍ୟାଳୟକୁ ଡକାଯାଉଥିବା କେତେଦୂର ଯୁକ୍ତି ସଙ୍ଗତ ବୋଲି ଶିକ୍ଷକ ମହଲ ସହ ଅବସରପ୍ରାପ୍ତ ଶିକ୍ଷକ ମହଲରେ ପ୍ରଶ୍ନ କରାଯିବାସହ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅନ୍ଧାରରେ ରଖାଯାଇ ଗୋଟିଏ ରାକେଟ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଏନେଇ ତଦନ୍ତ କରି ଶିକ୍ଷକ ମାନଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶିକ୍ଷକ ମହଲରେ ମତ ପ୍ରକାଶ ପାଇଛି । ଏନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାର ଶିକ୍ଷକଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଆମ ପାଖରେ ଏମିତି କିଛି ଅଭିଯୋଗ ନାହିଁ  ବୋଲି ସେ କହିଥିଲେ ।