ଅଗ୍ନି ବିପନ୍ନ ପରିବାରକୁ ସହାୟତା
ମାଲକାନଗିରି : ଗରିବ ତଥା ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ପରିବାର କୁ ସହାୟତାର ହାତ ବଢ଼ାଇଲା ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ସ୍ଥିତ ଦୋରାଗୁଡାରେ ସୁବାଷ ଗୌଡ଼ଙ୍କ ଘର ସଟ ସର୍କିଟ ଯୋଗୁଁ ଆସବାବପତ୍ର, ଲୁଗାପଟା, ଚାଉଳ ଏବଂ ରାସନ ସାମଗ୍ରୀ ସମେତ ସମ୍ପୂର୍ଣ୍ଣ ଘରୋଇ ଉପକରଣ ପୋଡି ନଷ୍ଟ ହୋଇଯାଇଥିଲା । ଘରେ ବୃଦ୍ଧ ବୃଦ୍ଧା ଦୁହେଁ ରହୁଥିବା ବେଳେ, ସୌଭାଗ୍ୟବଶତଃ ଉଭୟଙ୍କ ଜୀବନ ବଞ୍ଚିଯାଇଥିଲା । ତେବେ ସେମାନଙ୍କର ଏହି ଅସୁବିଧା ସମୟରେ ବିପଦର ବନ୍ଧୁ ଭଳି ସାହାର୍ଯ୍ୟ ର ହାତ ବଢାଇଛି ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘ । ଏହି ଖବର କୋରୁକୋଣ୍ଡା ବ୍ଲକ ଉକôଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରଦୀପ କୁମାର ମହାରଣା ପାଇବା ପରେ ତୁରନ୍ତ ଉଭୟ ବୃଦ୍ଧ ବୃଦ୍ଧାଙ୍କ ନିକଟରେ ପହଁଚି ସାହାର୍ଯ୍ୟର ହାତ ବଢ଼ାଇଥିଲେ । ଏଥିସହ ସେ ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘ ସଭାପତି ଅଶୋକ ମିଶ୍ରଙ୍କୁ ଜଣାଇବା ପରେ ପରିବାରଙ୍କୁ ଭେଟି ସହାୟତା ପ୍ରଦାନ କରିଛି ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘ । ତେବେ ଆଜି ଜିଲ୍ଲା ଉକôଳ ସାମ୍ବାଦିକ ସଙ୍ଘର ସମ୍ପାଦକ ବି ଶ୍ରୀନିବାସ ପାତ୍ର, କାର୍ଯ୍ୟକାରୀ ସଭାପତି, ନିରଞ୍ଜନ ମଲ, ସହସମ୍ପାଦକ ଶିବଦତ୍ତ ସାହୁ, ବ୍ଲକ ସମ୍ପାଦକ ଏ ଦେବାଶିଷ ପାତ୍ର, କୋଷାଧ୍ୟକ୍ଷ ଅବିନାସ ବେହେରା, ସୁଧାଂଶୁ ଶେଖର ମହାନ୍ତି, ଦିପଙ୍କର କୀର୍ତ୍ତନିଆ, ସୁରେନ୍ଦ୍ର ହାଲବା ଅସହାୟ ପରିବାରକୁ ଭେଟି ଆବଶ୍ୟକୀୟ ସାମଗ୍ରୀ ଭାବେ ଚାଉଳ ଏବଂ ରାସନ ସାମଗ୍ରୀ ସମେତ ବସ୍ତ୍ର ଆଦି ପ୍ରଦାନ କରିଛନ୍ତି ।