ପ୍ରଫେଟ୍ ମହମ୍ମଦ ଜନ୍ମ ଦିବସ
ନୂଆପଡ଼ା : ମହମ୍ମଦ ପ୍ରୋପେଟଙ୍କ ୧୫ଶହ ତମ ଜନ୍ମ ଦିବସକୁ ନୂଆପଡା ଜିଲ୍ଲା ଖଡିଆଳର ମୁସଲମାନ ସମାଜ ତରଫରୁ ପାଳିତ ହୋଇଛି । ପେଗାମ୍ବର ପ୍ରୋପେଟ ମହମ୍ମଦଙ୍କ ଜନ୍ମ ଦୀବସ ଉପଲକ୍ଷେ ଖଡିଆଳର ମସଜିଦରେ ମୁସଲମାନ ସମାଜ ତରଫରୁ ବିଶ୍ୱଶାନ୍ତି ଉଦେ୍ଦଶ୍ୟରେ ସାମୂହିକ ନମାଜ ପାଠ କରିଥିଲେ । ଏହା ପରେ ଖଡିଆଳ ମସଜିଦ ରୁ ଏକ ଶୋଭାଯାତ୍ରା ବାହାରି ସହର ନଗର ପରିକ୍ରମା କରିଥିଲେ,ଏହି ଅବସର ରେ ମୁସଲମାନ ଯୁବକ ଓ ଛୋଟ ଛୋଟ ପିଲା ମାନେ ଭାରତ ର ତ୍ରିରଙ୍ଗା ଝଣ୍ଡା ଓ ତାଙ୍କ ସାମାଜିକ ଝଣ୍ଡା ଧରି ମହମ୍ମଦ ପ୍ରୋପେଟଙ୍କ ଜୟଗାନ କରିଥିଲେ, ନଗର ପରିକ୍ରମା ପରେ ଶୋଭାଯାତ୍ରା କବରସ୍ଥାନ ପହଚିଂଥିଲା, ପୁର୍ବ ପୁରୁଷଙ୍କ ଆତ୍ମାର ସତ୍ଗତି ନିମନ୍ତେ ପୁଜାପାଠ କରିଥିଲେ । ମୁସଲମାନ ସମାଜର ଶୋଭାଯାତ୍ରା ମସଜିଦକୁ ଫେରିଥିଲେ । ଏହି ଅବସରରେ ଡୁଆଝର, ବିରିଘାଟ ଗାଁ ରୁ ମୁସଲମାନ ଯୁବକ ଯୋଗଦେଇଥିଲେ ।