ମାଲକାନଗିରି ବିଧାୟକଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ
ମାଲକାନଗିରି : ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଜଳମଗ୍ନ ଅବସ୍ଥା ଦେଖାଦେଇଛି । ଏହି ପରିସ୍ଥିତିରେ ବିଧାୟକ ନରସିଂହ ମାଡ଼କାମି ସ୍ଥାନୀୟ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ମୂଲ୍ୟାୟନ କରିଛନ୍ତି । ଲଗାଣ ବର୍ଷା ଫଳରେ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି, ଯାହା ଫଳରେ ଅନେକ ପୁଲ ଉପରେ ଜଳ ପ୍ରବାହିତ ହେଉଛି । ବିଧାୟକ ଶ୍ରୀ ମାଡ଼କାମି ଏକ ପ୍ରତିନିଧି ଦଳ ସହିତ ପୋଟେରୁ, କନ୍ୟାଶ୍ରମ ଏବଂ କାଙ୍ଗୁରୁକୋଣ୍ଡା ପୋଲ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହି ପରିଦର୍ଶନରେ କଳିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ସମେତ ବିଧାୟକଙ୍କ ପ୍ରତିନିଧି ନିହାର ରାୟ, ମାଣିକ ଲାଲ ଚକ୍ରବର୍ତି, ରତନ ବଣିକ, ନବଘନ ଲୋକେଇ, ପରିମଲ ବିଶ୍ୱାସ, ଦୀପକ ସାହା ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।