ବେଆଇନ ଭାବେ ଗିରିଗାଁ ବାଲି ଘାଟରୁ ବାଲିଚୋରି : ବିରୋଧ କରିବାରୁ ସହଯୋଗୀଙ୍କୁ ମରଣାନ୍ତକ ଆକ୍ରମଣ

 ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅନ୍ତର୍ଗତ ଗିରିଗାଁ ବାଲିଘାଟକୁ ବର୍ଷାଦିନ ପାଇଁ ୫ ଜୁନ ୨୫ ଠାରୁ ୧୫ ସେପ୍ଟେମ୍ବର୨୫ ରିଖ ପର୍ଯ୍ୟନ୍ତ ସରକାରଙ୍କ ନିୟମ ମୁତାବକ ବନ୍ଦ କରାଯାଇଛି  । ତପନ କୁମାର ନନ୍ଦ ନାମକ ବ୍ୟକ୍ତି ଏହି ଘାଟକୁ ପାଞ୍ଚ ବର୍ଷ ପାଇଁ ଲିଜ ନେଇଥିବା ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଅଛି  । ମାତ୍ର ସମ୍ପୃକ୍ତ ଲିଜଧାରୀ ଅଧିକାଂଶ ସମୟରେ ବାହାରେ ରହୁଥିବାରୁ ତାଙ୍କ ଅନୁପସ୍ଥିତିରେ ଆନନ୍ଦପୁର ପୌରପରିଷଦ ଜୟନାରାୟଣ ସାହୁ ଏବଂ ହାଟଡିହି ଗୋପୋ ଗ୍ରାମର ଦେବାଶିଷ ରାଉତଙ୍କୁ ବାଲିଘାଟର ପରିଚାଳନା ଦାୟିତ୍ୱ ଲିଜଧାରୀ ଶ୍ରୀ ନନ୍ଦ ଦେଇଥିଲେ  । 
ବାଲିଘାଟ ସରକାରୀ ଭାବେ ବନ୍ଦ ଥିବାର ସୁଯୋଗ ନେଇ ଗତ କିଛିଦିନ ହେବ କିଛି ଅସମାଜିକ ବ୍ୟକ୍ତି ମଧ୍ୟରାତ୍ରିରେ ଆସି ଦୈନିକ ୪୦ ଟ୍ରିପରୁ ଉର୍ଦ୍ଧ ବାଲି ବେଆଇନ ଭାବେ ଉତ୍ତୋଳନ କରି ଚୋରା ଚାଲାଣ କରୁଛନ୍ତି  । ଖବର ପାଇ ଲିଜଧାରୀ ଶ୍ରୀନନ୍ଦ ମାଇନିଂ ଅଫିସରଙ୍କୁ  ଜଣାଇଥିଲେ  ।  ବାଲିଘାଟ ସମ୍ବନ୍ଧୀୟ କାଗଜ ପତ୍ର ଆଣିବାକୁ ପରିଚାଳନା ଦାୟିତ୍ୱରେ ଅଧିକାରୀ ଯାଇଥିବା ବେଳେ ଗ୍ରାମ ଛକ ନିକଟରେ କିଛି ଅସମାଜିକ ଯୁବକ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଏଥିସହ ଓଡି ୦୨ଡିଇ୪୧୨୫ ନମ୍ବର ଗାଡି ଭାଙ୍ଗି ଦେଇଥିବା ଶ୍ରୀ ସାହୁ ଅଭିଯୋଗ କରିଛନ୍ତି  । ଏନେଇ ଆକ୍ରମଣରେ ପୀଡିତ ଲିଜାଧାରୀ ଶ୍ରୀ ନନ୍ଦ ଙ୍କ ୩ ସହଯୋଗୀ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରିବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି  । ପୂର୍ବତନ ପିସିସି ସଭାପତି ତଥା ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ର ପ୍ରାକ୍ତନ ବିଧାୟକ ଜୟଦେବ ଜେନା ଏହି ବାଲିଘାଟ ରେ ଦୈନିକ ୪୦ ଟ୍ରିପ ରୁ ଉର୍ଦ୍ଧ ବାଲି ପଶ୍ଚିମବଙ୍ଗକୁ ଚୋରା ଚାଲାଣ ହେଉଥିବା ନେଇ ଚିନ୍ତା ପ୍ରକଟ କରିବା ସହିତ ଏନେଇ ଜିଲ୍ଲା ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଖଣି ମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି  ।