ବେଆଇନ ପାର୍କିଂ, ୪୧ହଜାର ଜରିମାନା ଆଦାୟ
ପାଣିକୋଇଲି: ଏହି ଥାନା୧୬ ନମ୍ବର ଜାତୀୟ ରାଜପଥର ଶର୍ମା ଡାଭରସନ ନିକଟରେ ବେଆଇନ ପାର୍କିଂ କରିଥିବା ଗାଡ଼ିରୁ ପରିବହନ ବିଭାଗ ପକ୍ଷରୁ ୪୧ ହଜାର ଜରିମାନା ଆଦାୟ କରାଯାଇଛି । ଯାଜପୁର ପରିବହନ ଅଧିକାରୀଙ୍କ ନିର୍ଦ୍ଦଶରେ ଏମଭିଆଇ ପି.କେ ବେହେରା, ଟି.କିଶୋର, ଟି. ହିରୋ ଓ ରାଜପଥ ପାଟ୍ରୋଲିଂ ଅଧିକାରୀ ଅଶୋକ ବଳ, ସନ୍ତୋଷ କୁମାର ମଳିକ, ମୃତୁ୍ୟଞ୍ଜୟ ପହି, ମାନସ ଖଣ୍ଡେଇ ପ୍ରମୁଖ ସଦଳବଳେ ବେଆଇନ ପାର୍କିଂ, ରଙ୍ଗରୁଟ୍ରେ ଗାଡି ଚଳାଚଳ ଓ ହେଲମେଟ ଯାଞ୍ଚ କରି ଚାଳକଙ୍କ ଠାରୁ ୪୧ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।