ମୁଖ୍ୟମନ୍ତ୍ରୀ ଗସ୍ତକୁ ବିରୋଧ, ୨୦ ଅଟକ
ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରସ୍ତ ସମୟରେ ଯୁବ ବିଜୁ ଜନତା ଦଳ ପକ୍ଷରୁ ବିରୋଧ ପ୍ରଦର୍ଶନ ବେଳେ ଆସିକା ପୁଲିସ ୨୦ରୁ ଉର୍ଦ୍ଧ ବିଜେଡି କର୍ମୀକୁ ଅଟକ ରଖିଥିଲା । ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଜଣେ ଯୁବତୀକୁ ଗଣ ଦୁଷ୍କର୍ମ ଭଳି ଘଟଣାକୁ ନିନ୍ଦା କରିବା ସହ ବର୍ଷ ଏକ ନାରୀ ନିର୍ଯ୍ୟାତନା ଅନେକ ବୋଲି ନାରା ବାଜି ଦେଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ପୁଲିସ ଆଗୁଆ ଖବର ପାଇଁ ସମସ୍ତ କର୍ମୀକୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ସମାପ୍ତ ପରେ ସମସ୍ତଙ୍କୁ ଛାଡି ଦେଇଥିଲା । ଏହି ବିରୋଧ ପ୍ରଦର୍ଶନରେ ନଚିକେତା ସ୍ୱାଇଁ, ପ୍ରମୋଦ ପଣ୍ଡା, ନୀଳାଞ୍ଚଳ ମଣ୍ଡଳ, ମନୋଜ କୁମାର ଦୋରା, ଭବାନୀ ଶଙ୍କର ସାହୁ, ଅଜିତ ପଣ୍ଡା, ସଞ୍ଜୟ ସାହୁ, ନିଗମାନନ୍ଦ ରାଉତ, ପ୍ରଦୀପ ଗୌଡ଼, ଜିତେନ୍ଦ୍ର ମହାରଣା, ପ୍ରତାପ ପ୍ରଧାନ, କେଶବ ଦାସ, ମୁନା ରେଡି, ପ୍ରମୁଖକୁ ପୁଲିସ ଅଟକ ରଖିଥିବା ଜଣାପଡିଛି ।