ସାଂସଦଙ୍କୁ ସମ୍ବର୍ଦ୍ଧନା

 ତାଳଚେର  :ଢେଙ୍କାନାଳର ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର ବହ୍ଲାର ଛକ ନିକଟକୁ ଆସିଥିବା ଖବର ପାଇ ନୂତନ ଭାବେ ବିଜେପିର ମଣ୍ଡଳ ସଭାପତି ହୋଇଥିବା ପୌର ମଣ୍ଡଳ ସଭାପତି ରାଜେଶ ଦଳେଇ ଓ ରେଳ ମଣ୍ଡଳ ସଭାପତି ସନ୍ତୋଷ ମହାନ୍ତି ସାଂସଦଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଦୁଇଟି ମଣ୍ଡଳରେ ବିଜେପିର ସଂଗଠନକୁ ମଜବୁତ କରିବା ପାଇଁ ପାର୍ଟି ଯେଉଁ ଗୁରୁ ଦାୟିତ୍ୱ ଦେଇଛି ତାକୁ ନିଷ୍ଠାର ସହ କାର୍ଯ୍ୟ କରି ପାର୍ଟିକୁ ଏକ ନମ୍ବର କରିବା ପାଇଁ ଚେଷ୍ଟା ଜାରି ରଖିବାକୁ ସାଂସଦ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ, ସରପଞ୍ଚ ସହଦେବ ସାହୁ, ପ୍ରାକ୍ତନ ରେଳମଣ୍ଡଳ ସଭାପତି ବରୁଣ କୁମାର ସାହୁ, ପ୍ରଦୀପ ସାମଲ, ମହାଦେବ ଦାସ, ରଞ୍ଜି ଦାସ, ସୁବ୍ରତ ସାହୁ, ଦୀପକ କୁମାର ସାହୁ, ସୁଶାନ୍ତ ବେହେରାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ  ।