ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ

 ଭୁବନେଶ୍ୱର: ଘନକୁହୁଡ଼ି ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ଆସନ୍ତା ତିନି ଦିନ ଧରି କେତେକ ଜିଲ୍ଲାରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି  ।  ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ପରିଲକ୍ଷିତ ହେବ  । ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ କନ୍ଧମାଳରେ ଘନ କୁହୁଡ଼ି ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  ।
ସେହିପରି ଆସନ୍ତାକାଲି ସକାଳୁ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଦକ୍ଷିଣ ଉପକୂଳ ଓଡ଼ିଶା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ କନ୍ଧମାଳରେ ମଧ୍ୟମ ଧରଣର କୁହୁଡ଼ି ହେବାର ଥିବାବେଳେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଓ କନ୍ଧମାଳରେ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । 
ସେହିପରି ୨୨ ତାରିଖ ସକାଳୁ ୨୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝରଗଡ଼, ମୟୂରଭଞ୍ଜ, ଅନଗୁଳ ଓ ଢେଙ୍କାନାଳରେ ମଧ୍ୟମ ଧରଣର କୁହୁଡ଼ି ହେବାର ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଘନ କୁହୁଡ଼ି ହେବ  । ଏହି ସମୟରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି  ।