ମଜଦୁର ସଂଘର ଜିଲ୍ଲା ସମ୍ମିଳନୀ

 କେନ୍ଦ୍ରାପଡା : ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲାର ବାର୍ଷିକ ସମ୍ମିଳନୀ ତିନିମୁହାଣୀ ସ୍ଥିତ କଜଳା ମହାଦେବ ମନ୍ଦିର ପରିସରରେ ଜିଲ୍ଲା ସଭାପତି ଅରୁନ୍ଧତୀ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକର୍ତା ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଜଗତସିଂହପୁର ଜିଲ୍ଲା ସଭାପତି ଅକ୍ଷୟ କୁମାର ଦାସ ସମ୍ମାନିତ ଅତିଥି ଭାବେ, ପୁଷ୍ପଲତା ରଥ, ଶାନ୍ତନୁ ମଲିକ, ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖ କେନ୍ଦ୍ରାପଡା ଜିଲ୍ଲା ତରଫରୁ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘ ସମ୍ମିଳନୀ ସଂପର୍କରେ ଆଲୋଚନା କରା ଯାଇଥିଲା । ଏହି ସମ୍ମିଳନୀରେ ପୁଷ୍ପଲତା ରଥ, ବସନ୍ତ କୁମାର ସାହୁ, ପ୍ରଶାନ୍ତ କୁମାର ତ୍ରିପାଠୀ, କାହ୍ନୁ ଚରଣ ବେହେରା, ସହ ସଂପଦକ ମଥୁରୀ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦିପ କୁମାର ବେହେରା, ପ୍ରଦୀପ ପତି, ଉମେଶ ଚନ୍ଦ୍ର ମଲିକ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସଭା ଶେଷରେ ସଂଘର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।