ଅଗ୍ନିବିପନ୍ନକୁ ସହାୟତା 

 ରାଜନଗର : ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ବଗପାଟିଆ ଥଇଥାନସ୍ଥଳୀର ୫ନମ୍ବର ଲେନରେ ଘର କରିଥିବା ଶଙ୍କର୍ଷଣ ସେଠୀଙ୍କ ଘର ଅଗ୍ନିକାଣ୍ଡରେ ସମସ୍ତ ଆସବାବପତ୍ର ସହ ସର୍ବସ୍ୱ ପୋଡି ପାଉଁଶ ହୋଇଯାଇଛି । ଖବରପାଇ ସ୍ୱେଚ୍ଛାସେବୀ ସଙ୍ଗଠନ ‘ନେଚର୍ସ ଫ୍ରେଣ୍ଡ’ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସ୍ୱେଚ୍ଛାସେବୀ ଶଶଧର ସେଠୀ, ସାମ୍ବାଦିକ ବସନ୍ତ କୁମାର ହାତି ବିପନ୍ନ ପରିବାରଙ୍କ ନିକଟରେ ପହଞ୍ଚିି ଅଗ୍ନିକାଣ୍ଡର କାରଣ ପଚାରି ବୁଝିବା ସହ ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।