ସଚେତନତା ରାଲି
କେନ୍ଦ୍ରାପଡା : ଭାରତ ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧିନରେ କାମ କରୁଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଏକ ସଚେତନତା ରାଲି କେନ୍ଦ୍ରାପଡା ସହରରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ନମୁନା ସର୍ବେକ୍ଷଣର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟାଳୟର କର୍ମଚାରୀମାନେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟ ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା କାର୍ଯ୍ୟାଳୟ ନିକଟରେ ପହଞ୍ଚôଥିଲା । ଏହି ରାଲି ମାଧ୍ୟମରେ ବଜାର କମିଟି ଗୁଡିକର କର୍ମକର୍ତ୍ତାମାନଙ୍କୁ ଖୁଚୁରା ପାଇକାରୀ ମୂଲ୍ୟର ସୂଚକାଙ୍କ ଗଢିବାରେ ସାହାଯ୍ୟ କରୁଥିବାରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । କାର୍ଯ୍ୟାଳୟର ମୁଖ୍ୟ ଅନୁପମ ଲାଇରୀଙ୍କ ତତ୍ତ୍ୱାବଧାନରେ ଏନ୍ଏସ ପକ୍ଷରୁ ଚାଲୁଥିବା ରୋଜଗାର, ବେରୋଜଗାର, ସାମାଜିକ, ଅର୍ଥନୈତିକ ଓ ଅଣ କୃଷିଭିତ୍ତିକ ଶିଳ୍ପ ବିଷୟରେ ଆଲୋକପାତ କରିବା ସହ ସର୍ଭେର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଏହି ପଦଯାତ୍ରା ସମୟରେ ତପନ କୁମାର ମିଶ୍ର, ବିଶ୍ୱଜିତ ପାଣିଗ୍ରାହୀ, ସୈାମେନ୍ଦ୍ର କୁମାର ନାୟକ, ଜିତେନ୍ଦ୍ର ପତି, ସଂଜୟ କୁମାରଦାସ ପ୍ରମୁଖ ସହଯୋଗ କରିଥିଲେ ।