ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି 

 ତିହିଡି: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ୱର ବିଶିଷ୍ଟ ଅର୍ଥନୀତିଜ୍ଞ ସ୍ୱର୍ଗତଃ ମନମୋହନ ସିଂହଙ୍କ ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ତିହିଡ଼ି ଦୀନଦୟାଲ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ସରୋଜ ଦାସଙ୍କ ଆବାହକତ୍ୱ, ଅବସରପ୍ରାପ୍ତ ଅଧ୍ୟାପକ ଡ. ଲକ୍ଷ୍ମୀଧର ତି୍ରପାଠୀ ଓ ସମାଜସେବୀ ପାର୍ଥ ସାରଥି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭବରେ ବିଭିନ୍ନ ଦଳର ନେତା, କର୍ମୀ ଓ ଜନସାଧାରଣ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିବା ପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଭାରତ ଯେତେବେଳେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଥିଲା ମନମୋହନ ସିଂ ଅର୍ଥମନ୍ତ୍ରୀ ଭାବେ ବିଭିନ୍ନ ପ୍ରକାର ସଂସ୍କାର ଆଣି ଦେଶର ସ୍ଥିତିିକୁ ମଜଭୁତ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ କାଳରେ ସେ ବିଭିନ୍ନ ପ୍ରକାର ମୌଳିକ ଯୋଜନା ଗୁଡ଼ିକ ଦ୍ୱାରା ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସୁରେନ୍ଦ୍ର କୁମାର ନାୟକ, ମୁକ୍ତିକାନ୍ତ ନାୟକ, ରଘୁନାଥ ପାତ୍ର, ଉଦ୍ଧବ ଚରଣ ନାୟକ, ପ୍ରଫୁଲ କୁମାର ପାଢ଼ୀ, ଶୁକଦେବ ମଲିକ, ସୀତାକାନ୍ତ ନାୟକ, ଗଣେଶ ପ୍ରସାଦ ନାୟକ, ସୁରେଶ କୁମାର ମହାପାତ୍ର, ମୀନକେତନ ସେନାପତି, ତ୍ରିଲୋଚନ ମହାଳିକ, ନାରାୟଣ ଜେନା, କୈଳାସ ପାତ୍ର, ଲକ୍ଷ୍ମିକାନ୍ତ ମହାପାତ୍ର ପ୍ରମୁଖ ଶତାଧିକ ଜନସାଧାରଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ  ।