ବିଜେଡିର କର୍ମୀ ସମ୍ମିଳନୀ 

ବିଜେଡିର କର୍ମୀ ସମ୍ମିଳନୀ 

 ରାଜକନିକା: ଆଳି ନିର୍ବାଚନମଣ୍ଡଳୀ ଅଧୀନସ୍ଥ ରାଜକନିକା ବ୍ଲକ କଣ୍ଟପଡ଼ା ଗ୍ରାମପଞ୍ଚାୟତର କାଳିକାପୁର ମେଲଣ ପଡିଆଠାରେ ବିଜେଡ଼ିର ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜକନିକା ବ୍ଲକ ବିଜେଡ଼ି ସଭାପତି ବିଦ୍ୟାଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବ ଯୋଗଦେଇ ବିଜେଡି ଶାସନର ୨୪ ବର୍ଷର ସଫଳତା ଓ ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଆଲୋଚନା କରିଥିଲେ । ଓଡିଶାର ବିକାଶ ରଥକୁ ଆଗକୁ ବଢ଼ାଇବାକୁ ୬ଷ୍ଠ ଥର ପାଇଁ ବିଜେଡି ଦଳକୁ ବହୁ ସଂଖ୍ୟା ରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଏହା ସହିତ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିକାଶ ଚନ୍ଦ୍ର ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ଉପାଧ୍ୟକ୍ଷ ତନ୍ମୟ ରଞ୍ଜନ ଦାସ, ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ଯୁବନେତା ପବିତ୍ର ରାଉତ, ସରପଞ୍ଚ ବିଜୟା ଲକ୍ଷ୍ମୀ ବେହେରା, ନାରିନେତ୍ରୀ ସଂଯୁକ୍ତା ଶତପଥୀ , ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ବେହେରା ଓ ସଭ୍ୟା ଅମିତା ସାହୁ ପ୍ରମୁଖ ଯୋଗ ଦେଇ ନିର୍ବାଚନ ଅଭିଭାଷଣ ରଖିଥିଲେ । ଯୁବନେତା ହୃଷିକେଶ ବେହେରା ଓ ମାନସ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରି·ଳନା କରିଥିବାବେଳେ ଏଥିରେ ବହୁସଂଖ୍ୟାରେ ମହିଳା, ଦଳୀୟ କର୍ମୀ ଓ ସାଧାରଣ ଲୋକ ଯୋଗ ଦେଇଥିଲେ ।