ଫେରାର ଥିବା ୨ ୱାରେଣ୍ଟି ଗିରଫ
ବୁଗୁଡା : ବୁଗୁଡ଼ା ଥାନା ଅଞ୍ଚଳରେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥାଇ ଫେରାର ଥିବା ଦୁଇ ଜଣ ଆସାମୀଙ୍କୁ ୱାରେଣ୍ଟ ବଳରେ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା ପ୍ରକାଶ କରଛନ୍ତି । ଗିରଫ ୨ ଜଣ ହେଲେ ପାଙ୍ଗିଡି ଗ୍ରାମର ଜି.ସୁଶାନ୍ତ ପାତ୍ର (୨୭) ଓ ପାଣିକେଶର ଗ୍ରାମର ଉତ୍ତମ ନାଇକ । ସୁଶାନ୍ତ ୨୦୨୩ ମସିହାରେ ବିଭିନ୍ନ ଦୋକାନରୁ ମୋବାଇଲ ଚୋରି ମାମଲାରେ ସମ୍ପୃକ୍ତ ଥାଇ ଫେରାର ହୋଇଯାଇଥିବା ବେଳେ ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୧୬ , ୧୧୭ ,୧୧୮ /୨୩ ରେ ତିନୋଟି ମାମଲା ରୁଜୁ ହୋଇଥିଲା । ସେହିପରି ବିିଭିନ୍ନ ଗଣ୍ଡଗୋଳ ମାମଲାରେ ଜଡିତ ଥାଇ ଫେରାର ଥିବା ପ୍ରିତମକୁ ମଧ୍ୟ ପୋଲିସ ଗିରଫ କରିଥିବା ବେଳେ ଏ ନେଇ ବୁଗୁଡା ଥାନାରେ କେସ୍ ନଂ ୧୮୮/୨୩ ରେ ଏକ ମାମଲା ରୁଜୁ ହୋଇଥିଲା ।