ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ, ଚାଷୀ ହତାଶ

 ନୂଆପଡା : ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକରେ ଗତ କିଛିଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ସୋମବାର ରାତ୍ର ସମୟର ଲଘୁଚାପ ଜନିତ ବର୍ଷା ଚାଷୀର ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଖଡ଼ିଆଳ ବ୍ଲକ ଚଳାନପଡା, ଗୋଇମୁଣ୍ଡି, କାସିପଲା ଡୁମେରବାହାଲ ଗ୍ରାମର ଶତାଧିକ ଚାଷୀ ଧାନକୁ କାଟିଥିଲେ । କରପା ଜମିରେ ଥିଲା  । ହଠାତ ଲଘୁଚାପ ଜନିତ ବର୍ଷା ହେବା ଦ୍ୱାରା ଜମିରେ ଦୁଇରୁ ତିନି ଫୁଟ ପାଣି ଜମି ଯାଇଥିଲା । ଯାହାଫଳରେ କରପା ସବୁ ପାଣିରେ ଓହଳି ପଡିଥିଲା । ବର୍ତ୍ତମାନ ଚାଷୀ ଅମଳ ହୋଇଥିବା ହଜାର ହଜାର କୁଇଣ୍ଟାଲ ଧାନ  ବର୍ଷାରେ ସମ୍ପୂର୍ଣ୍ଣ ଖରାପ  ହୋଇଯାଇଛି  । କ୍ଷତି ହୋଇଥିବା ଚାଷୀଙ୍କ ଜମିକୁ ତଦନ୍ତ କରି ଜିଲ୍ଲା ପ୍ରସାସନ ତୁରନ୍ତ ଦୃଷ୍ଟି ଦେଇ କ୍ଷୟ କ୍ଷତି ଯୋଗାଇ ଦେବାକୁ ଚାଷୀ ସମୂହ ଦାବି କରିଛନ୍ତି  ।