ପୁରୀ-ସୋନପୁର ଏକ୍ସପ୍ରେସ୍କୁ ସପ୍ତାହକୁ ତିନିଦିନ ଚଲାଇବାକୁ ଦାବି

 ସୋନପୁର : ପୁର-ସୋନପୁର- ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୋନପୁର ପାତାଳୀ କ୍ଷେତରୁ ପୁରୀ ଶ୍ରୀକ୍ଷେତ୍ର ଟ୍ରେନ ଗଡିଛି । ବର୍ଷେ ତଳେ ଉକ୍ତ ଏକ୍ସପ୍ରେସ ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରକମଳରେ ହୋଇଥିଲା । ଏହି ଟ୍ରେନଟି ଚଳାଚଳ ନେଇ ଲୋକେ ଉସôାହିତ ଅଛନ୍ତି  । ପ୍ରତି ଗୁରୁବାର ପୁରୀରୁ ସୋନପୁର ଆସି ଶୁକ୍ରବାର ପୁଣି ସୋନପୁରରୁ ପୁରୀ ଫେରିବା ଏବେ ସାପ୍ତାହିକ ଟ୍ରେନ ଚଳାଚଳ ନେଇ ଲୋକ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଟ୍ରେନ ଗଲେ ପୁଣି ସପ୍ତାହ ଅପେକ୍ଷା କରିବାକୁ ପଡିବା ନ ହେଲେ ଯାତ୍ରୀ ବାଧ୍ୟ ହୋଇ ବସ ଆସିବେ । ଯାହା ଟ୍ରେନ ଚଳାଚଳର ମୁଖ୍ୟ ଉଦେ୍ଦଶ୍ୟ ସାଧିତ ହେବ ନାହିଁ  । ଏହି ସାପ୍ତାହିକ ଟ୍ରେନକୁ ସପ୍ତାହରେ ତିନି ଦିନ ଚଲାଇବାକୁ ଦାବି ହେଉଛି । ତିନି ଦିନ ଏକ୍ସପ୍ରେସ ଟ୍ରେନ ଚାଲିଲେ ସୁବର୍ଣ୍ଣପୁର, ବଲାଙ୍ଗିର, ବରଗଡ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲା ପ୍ରମୁଖ ଜିଲ୍ଲାବାସୀ ବିଶେଷ ଉପକୃତ ହେବା । ଭଲ ବ୍ୟବସାୟୀ କରୁଥିବା ଏହି ଟ୍ରେନ ବହୁଳ ଚଳାଚଳରେ ବୃଦ୍ଧି ହେଲେ । ପଶ୍ଚିମ ଓଡିଶା ଓ ପୂର୍ବ ଓଡ଼ିଶା ଭାବଗତ ସମ୍ପର୍କ ବଢିବାର ସହ ଆଞ୍ଚଳିକ ବୈଷମ୍ୟ ଦୂର ହେବା  । ଅନ୍ୟପକ୍ଷରେ ଏହି ଟ୍ରେନଙ୍କୁ ଶ୍ରୀକ୍ଷେତ୍ର ପୁରୀ ଓ ପାତାଳୀ କ୍ଷେତ୍ର ସୋନପୁର  ନାମରେ ନାମିତ  କରିବାକୁ ଦାବି ହେଉଛି । ଏହାଦ୍ୱାରା ଦୁଇଟି ଧାର୍ମିକ କ୍ଷେତ୍ର ସମ୍ପର୍କରେ ଅଧିକ ପରିଚୟ ସହ ପର୍ଯ୍ୟଟନ କ୍ଷେତ୍ର ବିକାଶ ହେବ ।