ଅଧପନ୍ତରିଆ ପଡିଛି ସ୍ୱାସ୍ଥ୍ୟକେନ୍ଦ୍ର
ବୈଶିଙ୍ଗା : ରାଜ୍ୟରେ ପୂର୍ବରୁ ଥିବା ବିଜେଡି ସରକାରଙ୍କ ସମୟରେ ୨୦୨୩ ମସିହା ନଭେମ୍ବର ୩୦ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ବୈଶିଙ୍ଗା ଡାକ୍ତରଖାନା ପରିସରରେ ଅନ୍ୟ ଡାକ୍ତରଖାନା ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନାମରେ ଏକ ନୂଆ ବିଲ୍ଡିଂ ନିର୍ମାଣର ଶୁଭାରମ୍ଭ ଦିଆଯାଇଥିଲା । ଦୁଇବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲି ଥିଲେ ମଧ୍ୟ ସରିବାର ନାଁ ଧରୁନାହିଁ । କେତେ ଟଙ୍କାର କାର୍ଯ୍ୟ ମଞ୍ଜୁରୀ ମିଳିଛି, ଠିକାଦାର କିଏ ? କାର୍ଯ୍ୟନିର୍ବାହୀ ଏଜେନ୍ସି କିଏ ? ଏମିତି କେତେ କେତେ ପ୍ରଶ୍ନ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜାତୀୟ ରାଜପଥ ପାର୍ଶ୍ୱରେ ଏହି ଡାକ୍ତରଖାନା ଅବସ୍ଥିତ ଥିବାରୁ ଦୁର୍ଘଟଣା ରୋଗୀ ଠାରୁ ଆରମ୍ଭ କରି ସାଧାରଣ ରୋଗୀ, ପ୍ରସୂତୀ ରୋଗୀ ଆଦି ଦୈନିକ ୩୦୦ରୁ ଅଧିକ ଆସୁଥିବା ବେଳେ ଚିକିସôା ସୁବିଧା ନ ପାଇ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥାନ୍ତି । ଏ ସବୁକୁ ଦୃଷ୍ଟିରେ ରଖି ବିଭାଗୀୟ ଅଧିକାରୀ ତୁରନ୍ତ ନୂତନ ନିର୍ମାଣାଧିନ ବିଲ୍ଡିଂ ନିର୍ମାଣ ଶେଷ କରାଇବା ସହିତ ଚିକିତ୍ସା ସେବା ପାଇଁ ଅଭିଜ୍ଞ ଡାକ୍ତର ନିଯୁକ୍ତି ପୂରଣ କରିପାରିଲେ, ଚିକିତ୍ସା କ୍ଷେତ୍ରରେ ସୁଧାର ଆସିପାରିବ ବୋଲି ଜନ ସାଧାରଣ ମତପ୍ରକାଶ କରିଛନ୍ତି ।