୭ ଲକ୍ଷ ଫଳକ ବିବାଦ, ପ୍ରମିଳାଙ୍କ ହସ୍ତକ୍ଷେପ : ଯଦି ଅର୍ଥ ଖର୍ଚ୍ଚ ହୋଇଥିଲା ତେବେ ସମାଧାନ ଆସିଲା କେଉଁଠୁ?
ବିଞ୍ଝାରପୁର : ବହୁ ଚର୍ଚ୍ଚିତ କଲ୍ୟାଣପୁର ପଞ୍ଚାୟତ ମଙ୍ଗଳଚଣ୍ଡୀ ମନ୍ଦିର ପରିସରରେ ୭ ଲକ୍ଷ ଟଙ୍କାର ସରକାରୀ ଫଳକ ଲାଗିଥିବା ବେଳେ କାର୍ଯ୍ୟର ଚିହ୍ନ ବର୍ଣ୍ଣ ନ ଥାଇ କେଉଁଠି ହୋଇଛି ତାହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ ବିଞ୍ଝାରପୁର ବିଡିଓଙ୍କୁ ତଦନ୍ତ ପାଇଁ ବାରମ୍ବାର ଅଭିଯୋଗକାରୀ ଦାବି କରିବା ପରେ ଉକ୍ତ ଅର୍ଥ ନବ ନିର୍ମିତ ମା’ଙ୍କ ମନ୍ଦିର କାର୍ଯ୍ୟରେ ଲାଗିଥିବା କନିଷ୍ଠ ଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ କହିଥିଲେ । ପରେ ନିଜ କଥା ବୁଲାଇ ଭେଣ୍ଡରକୁ ପେମେଣ୍ଟ ହୋଇଛି ସେ ଜାଣି ନାହାନ୍ତି ବୋଲି କହିଥିଲେ । ଯାହାକି କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ ନିଜେ ହିଁ ଜାଣି ନ ଥିଲେ ଏହି ଅର୍ଥ କୁଆଡେ ଖର୍ଚ୍ଚ ହୋଇଛି । ଅଭିଯାଗକାରୀଙ୍କ ଦାବି ରହିଥିଲା ଯଦି ମା’ଙ୍କ ମନ୍ଦିର କାର୍ଯ୍ୟରେ ଏହି ଫଳକ ଲାଗିଛି ତେବେ ଫଳକ ମନ୍ଦିର କାର୍ଯ୍ୟ ନିକଟରେ ବସୁ । ଶେଷରେ ଦ୍ୱନ୍ଦରେ ନ ପସିବା ପାଇଁ ଧରା ପଡିଯିବା ଭୟରେ କନିଷ୍ଠ ଯନ୍ତ୍ରୀ ଏକ ନୂଆ ଫଳକ ମନ୍ଦିର ପଛରେ ବସାଇଥିଲେ । କନିଷ୍ଠ ଯନ୍ତ୍ରୀ ତ୍ରିପାଠୀ ବାବୁ ଭାବିଥିଲେ ନିଜର ଭୁଲ ଢାଙ୍କି ହୋଇଗଲା ବୋଲି । କିନ୍ତୁ ଅଭିଯାଗକାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାପରେ ପୁଣି କନିଷ୍ଠଯନ୍ତ୍ରୀଙ୍କ ପାଇଁ ଏହି ବିବାଦ ବଢ଼ିବାରେ ଲାଗିଲା । କାଳେ ଦୋଷଧରା ପଡ଼ିଯିବ ସେହି ଭୟରେ କନିଷ୍ଠ ଯନ୍ତ୍ରୀ ବିଧାୟିକା ପ୍ରମିଳା ମଲିକଙ୍କ ଶରଣ ପଶିଥିଲେ । ଶେଷରେ ବିଧାୟିକା ଏହି ଘଟଣାରେ ହସ୍ତକ୍ଷପ କରିବା ସହ ମାଂସଡା ସ୍ଥିତ ବାସ ଭବନରେ ମନ୍ଦିର କାର୍ଯ୍ୟ ଦାୟିତ୍ୱ ନେଇଥିବା ମନୋଜ ନାୟକଙ୍କ ସହ କନିଷ୍ଠଯନ୍ତ୍ରୀ ଅମୂଲ୍ୟ ତ୍ରିପାଠୀ, ସହକାରୀ ଯନ୍ତ୍ରୀଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ବିଶେଷଙ୍କୁ ନେଇ ଉକ୍ତ ବିବାଦକୁ ସମାଧାନ କରିଥିବା ଜଣାପଡ଼ିଛି । ମନ୍ଦିର କାର୍ଯ୍ୟରେ କୌଣସି ସରକାରୀ ଅର୍ଥ ଲଗି ନ ଥିବ କଥା ନିଜେ କାର୍ଯ୍ୟର ସମସ୍ତ ଦାୟିତ୍ୱ ନେଇଥିବା ମନୋଜ ନାୟକ ଦୁଇଦିନ ପୂର୍ବରୁ କହୁଥିବା ବେଳେ, ହଠାତ୍ ମଙ୍ଗଳଚଣ୍ଡୀ ଉନ୍ନୟନ କମିଟି ମୁଖ୍ୟ ମନୋଜ ନାୟକ ମୁହଁ ଖୋଲିବା ସହିତ କମୁ୍ୟନିଟ ସେଣ୍ଟର ନିର୍ମାଣରେ କୌଣସି ଅନିୟମିତତା ହୋଇନାହିଁ କିମ୍ବା ଅର୍ଥ ଆତ୍ମସାତ ହୋଇନାହିଁ, ବରଂ ଏହି ଅର୍ଥ ମନ୍ଦିର କାର୍ଯ୍ୟରେ ବିନଯୋଗ କରାଯାଇଥିବା ପ୍ରକାଶ କରି ସମ୍ପୂଣ ଘଟଣାରେ ପୂର୍ଣ୍ଣିଛେଦ ପକାଇବାକୁ ଚେଷ୍ଟା କରିଛନ୍ତି । ତେବେ ହଠାତ ଏମିତି ନିଜର ମତ ପରିବର୍ତନ ପଛରେ ରାଜନୈତିକ ଚାପ ନାହିଁତ? ଯଦି ସରକାରୀ ଅର୍ଥ ଲାଗିଛି ତେବେ ଏହି ଘଟଣା ଅଭିଯୋଗ ଦିନ ସତ୍ୟତା ନଆସି ଦୁଇଟି ଫଳକ ଲାଗିବା ଓ ଶେଷରେ ବିଧାୟିକା ପ୍ରମିଳାଙ୍କ ଦ୍ୱାରା ସମାଧାନ ହେବା ପର୍ଯ୍ୟନ୍ତ କଥା ଗଲା କାହିଁ କି? ଏହାହିଁ କରିତକର୍ମା କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ ସନେ୍ଦହ ବଢାଉଛି ।