କାମରେ ଆସୁନି ଆରୋଗ୍ୟ କେନ୍ଦ୍ର, ରୋଗୀ ହନ୍ତସନ୍ତ
କାକଟପୁରରୁ ଆଦିତ୍ୟ କୁମାର ରାଉତ: ସାଧାରଣଲୋକଙ୍କ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କିଛି କିଛି ଉପ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ଜ୍ୱର, ଥଣ୍ଡା, ପେଟ ବ୍ୟଥା ଏହିଭଳି କିଛି ସମସ୍ୟା ହେଲେ ସ୍ଥାନୀୟ ଲୋକ ବିଭିନ୍ନ ଅଞ୍ଚଳର ଦୁରରେ ଥିବା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନଯାଇପାରିଲେ ତାଙ୍କ ଅଞ୍ଚଳର ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ସହଜରେ ପହଞ୍ଚି ନିଜ ସ୍ୱାସ୍ଥ୍ୟର ସୁରକ୍ଷା କରିପାରିବେ । ତା ସହିତ ଚିକିସôା ମଧ୍ୟ ହୋଇପାରିବେ । କିନ୍ତୁ ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ନମାରୋରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସବୁସୁବିଧା ଥାଇ କି ମଧ୍ୟ କୌଣସି ପ୍ରକାର ଡାକ୍ତର ଏଠି ପୋଷ୍ଟିଙ୍ଗ ହେଇନାହାନ୍ତି । ସୂଚନା ମୁତାବକ ଜଣେ ମହିଳା ଷ୍ଟାଫ ନର୍ସ ଏଠି ଆସି ଲୋକଙ୍କ ଚିକିସôା କରାଉଛନ୍ତି । ତାହା ପୁଣି ସବୁବେଳେ ନୁହେଁ । ବର୍ତ୍ତମାନ ଷ୍ଟାଫ ନର୍ସଙ୍କ ଧର୍ମଘଟ ଚାଲିଛି ସେଥିପାଇଁ ଦିଦି ଏବେ କାମରେ ଯୋଗ ଦେଇ ପାରୁନାହାନ୍ତି । ଏହିଭଳି ଅନେକ ସମୟରେ ଦିଦି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିପାରନ୍ତି ନାହି । ଫଳରେ ଲୋକ ମାନେ ନିଜର ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଏଠାରୁ ୫ କିଲୋମିଟର ଦୁରରେ ଥିବା ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି । ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ପାଇଁ ଘରେଘରେ ଜର କାଶ ଥଣ୍ଡା ଝାଡା ବାନ୍ତି ବ୍ୟାପୁଛି । କିନ୍ତୁ ନିଜ ଅଞ୍ଚଳରେ ସରକାରଙ୍କ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ କି ଡାକ୍ତର ନଥିବାରୁ ସାଧାରଣ ଲୋକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳର କିଛି ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଥିବା ବେଳେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସଞ୍ଜୟ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏ ବାବଦରେ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ସହ ଆଲୋଚନା କରାଯାଇ ସେଠି କିପରି ନିୟମିତ ରୋଗୀ ସେବା ହେବ ତାହା ପ୍ରତି ଧ୍ୟାନ ଦିଆଯିବ ।