ନଳିନୀ ଓ ବନମାଳୀଙ୍କୁ ଅବସର ସମ୍ବର୍ଦ୍ଧନା 

ରାଜକନିକା : ରାଜକନିକା ମଣ୍ଡଳ ଶିକ୍ଷାଧିକାରୀ ନଳିନୀ ରଞ୍ଜନ ରାଉତରାୟ ଓ ଶିକ୍ଷାଧିକାରୀ କାର୍ଯ୍ୟାଳୟ ମୁଖ୍ୟ ଲିପିକ ବନମାଳୀ ନାୟକଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବାଘବୁଦା ଉର୍ଣ୍ଣିତ ଉପ୍ରା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ତ୍ରିଲୋଚନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ଡ.ବସନ୍ତ ନାୟକ, ମୁଖ୍ୟବକ୍ତା ଜିଲ୍ଲା ଓଷ୍ଟା ସଙ୍ଘ ଉପସଭାପତି ସଞ୍ଜୟ ସାମଲ, ସାମ୍ମନିତଅତିଥି ବିଆରସିସି କୈଳାସ ଚନ୍ଦ୍ର ସାହୁ, ଏବିଇଓ ସୁରୁଚି ପ୍ରଭା ଦାଶ, ନୋଡାଲ ପ୍ରଧାନଶିକ୍ଷକ ଧର୍ମଜ୍ୟୋତି ରାଉତ, ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ପ୍ରଦୀପ୍ତ ଦାସ, ଡିଇଓ ଅଫିସ ଲିଗାଲ ରିଟେନର ବିଶ୍ୱଜିତ ରାଉତ ପ୍ରମୁଖ ଯୋଗଦେଇ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରାଉତରାୟ ଓ ମୁଖ୍ୟ ଲିପିକ ଶ୍ରୀଯୁକ୍ତ ନାୟକଙ୍କ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଅତିଥିମାନେ ଉଭୟଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ସିଆରସିସି ମହେନ୍ଦ୍ର ମାହୁନ୍ତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିକାଶ ରଞ୍ଜନ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ସିଆରସିସି ଖଗେଶ୍ୱର ପଢିହାରୀ,ସଞ୍ଜୟ ବଳ, ବୀରେନ୍ଦ୍ର ରାଉତ, ସବ୍ୟସାଚି ଶତପଥି, ନାରାୟଣ ବେହେରା, ହରେ କୃଷ୍ଣ ସାହୁ ସହଯୋଗ କରିଥିଲେ ।