ଶ୍ରୀରାମ ଚରିତ୍ ମାନସ ଓ ପରାୟଣ
ବନ୍ତ: ବନ୍ତ ବ୍ଲକ ରାମକୃଷ୍ଣ ପୁର ପଞ୍ଚାୟତ ଆନନ୍ଦ ବଜାର ଆଖଣ୍ଡଳମଣି ପୀଠରେ ଶ୍ରୀରାମ ଚରିତମାନସ ପରାୟଣ ପ୍ରବଚନ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତ୍ତା ସୁରେଶ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ୧୦ ଦିନ ଧରି ଏହି ରାମ ଚରିତମାନସ ପରାୟଣ, ପ୍ରବଚନ ଓ ଯଜ୍ଞ ପୂର୍ଣ୍ଣର୍ାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ମକର ସଂକ୍ରାନ୍ତି ଦିନ ଗ୍ରାମ୍ୟ ପୁଷ୍କରିଣୀରୁ ୧୧ ଗୋଟି କଳସ ଘଟୋଉତ୍ତଳନ କରାଯାଇ ଗ୍ରାମ ବଜାର ପରିକ୍ରମା ପରେ ପୂଜା ମଣ୍ଡପକୁ ଅଣା ଯାଇଥିଲା । ପରେ ମା’ ଲକ୍ଷ୍ମୀଙ୍କର ଷୋଡଶ ଉପଚାର ପୂଜା, ମା’ ସୁନାମୁହିଁ ଙ୍କ ପୂଜା, ରୁଦ୍ରା ଅଭିଷେକ, ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମଳ ଲୋଚନ ଦାସ ମହାରାଜ, ରୂପକ କୁମାର ହୋତା, ଗୋପାଳ ଦାଶଜି ମହାରାଜ, ବଳରାମ ଦାଶ, ଜଗନ୍ନାଥ ପଣ୍ଡା, ଧରଣିଧର ପଣ୍ଡା, ବିବେକାନନ୍ଦ ପଣ୍ଡା, ରାମକିଙ୍କର ଦାଶ, ଯତୀନ୍ଦ୍ର ଚନ୍ଦ୍ର ପଣ୍ଡା, ଚକ୍ରଧର ପଣ୍ଡା, ନିରଞ୍ଜନ ପଣ୍ଡା, ଦତ୍ତହରୀ ପାଢ଼ୀ ପ୍ରମୁଖ ସମସ୍ତ ପ୍ରବକ୍ତା ଉପସ୍ଥିତ ଥିଲେ । ପ୍ରବକ୍ତା ପୁରୁଷୋତ୍ତମ ଦାସ ମହାରାଜ ଶିବ ପାର୍ବତୀ ବିବାହ, ରାମଜନ୍ମ, ରାମ ସୀତାଙ୍କ ବିଭାଘର, ରାମବନବାସ, କୈବତ୍ତ,ଦଶରଥ ମହାପ୍ରଣୟ, ରାମ ଭରତ ନନ୍ଦନ, ସୀତା ଚୋରି ଓ ପ୍ରବକ୍ତା କମଳଲୋଚନ ଦାସ ମହାରାଜ ସୁନ୍ଦରକାଣ୍ଡ, କୁମ୍ଭକର୍ଣ୍ଣ ବଧ, ଇନ୍ଦ୍ରଜିତ ବଧ, ରାମ ରାବଣ ଯୁଦ୍ଧ, ରାମ ରାଜ୍ୟଭିଷେକ ସମେତ ବିଭିନ୍ନ ପ୍ରସଙ୍ଗରେ ପ୍ରବଚନ ପ୍ରଦାନ କରିଥିଲେ । ଅରୁଣ କୁମାର ସାହୁ, ଦମ୍ବୁରୁ ଧର ଦାଶ, ବାଦ୍ୟକାର କାର୍ଯ୍ୟ ସମ୍ଭାଳି ଥିବା ବେଳେ ରାମକୃଷ୍ଣ ପୁର କୀର୍ତ୍ତନ ମଣ୍ଡଳୀ ପ୍ରତିଦିନ ଠାକୁରଙ୍କ ନିକଟରେ କୀର୍ତ୍ତନ କରିଥିଲେ । ପୂଜା ମଣ୍ଡପରେ ରାମ, ଲକ୍ଷ୍ମଣ, ସୀତା, ସମେତ ପାର୍ଶ୍ୱ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି ସମସ୍ତ ଭକ୍ତ ବୃଦ୍ଧ ସହଯୋଗ କରିଥିଲେ । ସେହିପରି ନୂତନ ଆଖଣ୍ଡଳେଶ୍ୱର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉସôବ ଅନୁଷ୍ଠିତ ହୋଇଥିଲା । ଗୁରୁବାର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳର ହଜାର ହଜାର ଭକ୍ତ ଯୋଗ ଦେଇ ପ୍ରଭୁ କୃପା ଲାଭ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରାମଦୟା ପରିଷଦର ସମସ୍ତ ଭକ୍ତ ବୃନ୍ଦ ।