ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ନେଇ ଧାରଣା ପରେ ନିଜକୁ ଜାଳିଦେଲେ ଛାତ୍ରୀ

ବାଲେଶ୍ୱର : କଲେଜରେ ପେଟ୍ରୋଲ ଢ଼ାଳି ନିଜକୁ ଜାଳିଦେଲେ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଏଫ୍ଏମ୍ ମହାବିଦ୍ୟାଳୟରେ । ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି ।
ସୂଚନା ଅନୁସାରେ, ସୂଚନା ମୁତାବକ, ଛାତ୍ରୀଙ୍କୁ କଲେଜରେ ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରିଥିଲେ। ଏବଂ ସେ ଏହାକୁ ବିରୋଧ କରିବା ସହ କଲେଜ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଅଧ୍ୟାପକଙ୍କ ବିରୋଧରେ କିଛି ପଦକ୍ଷେପ ନିଆଗଲାନାହିଁ । ପରିସ୍ଥିତିକୁ ସହିନପାରି ନିଜ ଦେହରେ ପେଟ୍ରୋଲ ଢାଳି ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ଶରୀରର ପ୍ରାୟ ୯୦ ଭାଗ ପୋଡ଼ି ଯାଇଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟଙ୍କୁ ବାଲେଶ୍ୱର ମେଡିକାଲ ସ୍ଥାନାନ୍ତର କରାଯାଇଛି । ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ମହାବିଦ୍ୟାଳୟ ଗେଟ୍ ସମୁଖରେ ଧାରଣାରେ ବସିଥିଲେ ବୋଲି ସୂଚନା ମିଳିଛି ।